ଆତଙ୍କବାଦୀ ଆକ୍ରମଣ ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ରଥଯାତ୍ରା ପୂର୍ବରୁ ପୁରୀରେ ମକ୍‌ଡ୍ରିଲ୍

ଭୁବନେଶ୍ବର: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପ ଓ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସ୍ୱତନ୍ତ୍ର ଟାକ୍ଟିକାଲ୍ ୟୁନିଟ୍‌ର କମାଣ୍ଡୋମାନଙ୍କ ଦ୍ୱାରା ଏକ ଜୋରଦାର ମକ୍‌ଡ୍ରିଲ୍ (ଯୁଦ୍ଧକାଳୀନ ଅଭ୍ୟାସ) ଅନୁଷ୍ଠିତ ହୋଇଯାଇଛି।ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଏହି ସମନ୍ୱିତ ସୁରକ୍ଷା ମକ୍‌ଡ୍ରିଲ୍ ସଫଳତାର ସହିତ ସମ୍ପନ୍ନ କରାଯାଇଛି। ଏହି ଅଭ୍ୟାସର ମୂଳ ଉଦ୍ଦେଶ୍ୟ ହେଉଛି – ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା, ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା। ରଥଯାତ୍ରା ସମୟରେ କେବଳ ଭିଡ଼ ଓ ଟ୍ରାଫିକ୍ ପରିଚାଳନା ନୁହେଁ, ବରଂ ଯେକୌଣସି ବଡ଼ ଧରଣର ବିପଦରୁ ଭକ୍ତମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ ବାସ୍ତବ ସ୍ଥିତିକୁ ଆଧାର କରି କେତେକ କାଳ୍ପନିକ ଦୃଶ୍ୟପଟ୍ଟ ମାଧ୍ୟମରେ ଏହି ସ୍ୱତନ୍ତ୍ର ଅଭ୍ୟାସ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button