ଅମୃତ ଭାରତ ଯୋଜନାରେ ବଦଳିଲା ମଞ୍ଚେଶ୍ୱର ଷ୍ଟେସନର ଚେହେରା

ଭୁବନେଶ୍ୱର: ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ମଞ୍ଚେଶ୍ୱର ରେଳ ଷ୍ଟେସନର ନବକଳେବର କରାଯାଇଛି। ଦେଶର ରେଳ ଷ୍ଟେସନଗୁଡ଼ିକୁ ଆଧୁନିକ, ଯାତ୍ରୀ ଅନୁକୂଳ ଏବଂ ଭବିଷ୍ୟତର ଆବଶ୍ୟକତା ଅନୁରୂପ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାକୁ ଏହି ପୁନର୍ବିକାଶ କାର୍ଯ୍ୟ ପ୍ରତିଫଳିତ କରୁଛି। ପ୍ରାୟ ୧୫.୪୯ କୋଟି ଟଙ୍କା ବ୍ୟୟରେ ପୁନର୍ବିକଶିତ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା, ଆରାମ ଓ ସହଜ ଯାତାୟାତ ପାଇଁ ଭିତ୍ତିଭୂମିର ବ୍ୟାପକ ଉନ୍ନତିକରଣ କରାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ୭୬୦ ବର୍ଗ ମିଟର ପରିମିତ ଏକ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯାଇଥିବାବେଳେ ୪,୪୪୯ ବର୍ଗ ମିଟର ଅଞ୍ଚଳରେ ସର୍କୁଲେଟିଂ ଏରିଆର ବିକାଶ କରାଯାଇଛି। ଯାନବାହନ ଚଳାଚଳକୁ ସୁଗମ କରିବା ଏବଂ ଷ୍ଟେସନକୁ ସହଜ ପ୍ରବେଶ ନିମନ୍ତେ ଆପ୍ରୋଚ୍ ରୋଡ୍ ଓ ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଇଛି। ସେହିପରି ପ୍ରାୟ ୨୦,୭୦୦ ବର୍ଗ ମିଟର ପରିମିତ ପ୍ଲାଟଫର୍ମରେ ନୂତନ ଫ୍ଲୋରିଂ ସହ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ୪୫ଟି ବେ (Bay) ବିଶିଷ୍ଟ ପ୍ଲାଟଫର୍ମ ସେଲ୍ଟର ନିର୍ମାଣ କରାଯାଇଛି। ଏହା ବ୍ୟତୀତ ନୂତନ ଷ୍ଟେସନ ଭବନକୁ ସଂଯୋଗ କରୁଥିବା ସ୍କାଏୱାକ୍ ସମେତ ଆଧୁନିକ ଫୁଟ୍ ଓଭର ବ୍ରିଜ୍ (FOB) ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି, ଯାହା ଷ୍ଟେସନ ମଧ୍ୟରେ ଯାତ୍ରୀମାନଙ୍କ ଯାତାୟାତକୁ ଅଧିକ ସୁଗମ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button