ଜଗତପୁର ଗୋପୀନାଥପୁରରେ ବୋମାମାଡ଼: ଗ୍ୟାରେଜ ଓ ଘର କ୍ଷତିଗ୍ରସ୍ତ

କଟକ: କଟକ ଜଗତପୁର ଥାନା ଅନ୍ତର୍ଗତ ଗୋପୀନାଥପୁର ଅଞ୍ଚଳରେ ବିଳମ୍ବିତ ରାତିରେ ବୋମାମାଡ଼ ଘଟିଛି। ଦୁର୍ବୃତ୍ତମାନେ ଲଗାତର ତିନୋଟି ବୋମା ମାଡ଼ କରିବାରୁ ସମଗ୍ର ଅଞ୍ଚଳ ଥରିଉଠିଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କଟକ ଜଗତପୁର ଥାନା ଗୋପୀନାଥପୁରରେ ବୋମାମାଡ଼ର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ତିନୋଟି ବୋମା ମାଡ଼ କରିଥିଲେ, ଯାହାଫଳରେ ସମଗ୍ର ଅଞ୍ଚଳ ଥରିଉଠିଥିଲା। ଏହି ବୋମାମାଡ଼ରେ ମିର୍ଜା ଜାକୀର ବେଗଙ୍କ ଗ୍ୟାରେଜର ସିଲିଂ ଭାଙ୍ଗି ଯାଇଥିବା ବେଳେ, ‘ଲକ୍ଷ୍ମୀନୃସିଂହ ସପ୍ଲାୟର୍ସ’ର ମାଲିକ ଦେବରାଜ ପୃଷ୍ଟିଙ୍କ ଘରର କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାଘଟାଇବା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଧାରଣ ଜନତାଙ୍କୁ ଭୟଭୀତ କରିବା ଏବଂ କୌଣସି ଅଭିସନ୍ଧି ପୂରଣ ପାଇଁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button