ୱାୟାନାଡ଼ରେ ପୁଣି ଭୟଙ୍କର ଭୂସ୍ଖଳନ: ୩ ମୃତ, ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ: କେରଳର ୱାୟାନାଡ଼ ସୁଡ଼ଙ୍ଗ ପ୍ରକଳ୍ପ ସ୍ଥଳରେ ମଙ୍ଗଳବାର ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଏହି ଅଘଟଣରେ ଅତିକମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏବେ ମଧ୍ୟ ଅନେକ ଶ୍ରମିକ ମାଟିତଳେ ନିଖୋଜ ଥିବା ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ମାଲାପ୍ପୁରମ ଏବଂ ୱାୟାନାଡ଼ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ସୁଡ଼ଙ୍ଗ ରାସ୍ତା ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ବେଳେ କଲ୍ଲାଡିର ମୀନାକ୍ଷୀ ସେତୁ ନିକଟରେ ଏହି ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ତିରୁବନନ୍ତପୁରମଠାରେ ଗଣମାଧ୍ୟମକୁ ସୂଚନା ଦେଇ କେରଳର ବିରୋଧୀ ଦଳ ନେତା ଭି.ଡି. ସତିସନ୍ କହିଛନ୍ତି ଯେ, ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବା ପାଇଁ ମନ୍ତ୍ରୀ ଏପି ଅନିଲ କୁମାର ଏବଂ ଟି. ସିଦ୍ଦିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।



