ସାହସୀ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କୁ ମୋଦୀ, ଟ୍ରମ୍ପ ଓ ନେତାନ୍ୟାହୁଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ‘ଫ୍ଲାଏଦୁବାଇ’ ବିମାନରେ ଏକ ବଡ଼ ଧରଣର ବିପଦ ଟଳିଯାଇଛି। ମଝି ଆକାଶରେ ବିମାନକୁ କ୍ରାସ୍ କରାଇ ୯/୧୧ ଭଳି ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଭିଆଇବାକୁ ହୋଇଥିବା ଯୋଜନାକୁ ପଣ୍ଡ କରିଛନ୍ତି ଜଣେ ସାହସୀ ଭାରତୀୟ ପାଇଲଟ୍। ତାଙ୍କର ଏହି ଚମତ୍କାର ଓ ସାହସିକତା ପାଇଁ ଆଜି ସମଗ୍ର ବିଶ୍ୱରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୂଚନା ଅନୁଯାୟୀ, ବିମାନଟି ଯାତ୍ରା କରୁଥିବା ସମୟରେ କୋ-ପାଇଲଟ୍ ଜଣକ ବିମାନକୁ କ୍ରାସ୍ କରାଇବା ପାଇଁ ଅପଚେଷ୍ଟା କରିଥିଲେ। ତେବେ ବିମାନର ମୁଖ୍ୟ କ୍ୟାପ୍ଟେନ୍ ତଥା ଗୁଜରାଟର ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାର ନିଜ ଜୀବନକୁ ବାଜି ଲଗାଇ ସେହି ଆତଙ୍କୀ କୋ-ପାଇଲଟ୍‌ଙ୍କ ସହ ମୁହାଁମୁହିଁ ଲଢ଼େଇ କରିଥିଲେ। ସ୍ମିତଙ୍କ ସାହସ ଓ ପ୍ରତ୍ୟୁତ୍ପନ୍ନମତିତା ଯୋଗୁଁ ବିମାନଟି ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇବା ସହ ୧୮୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ଏହି ଅଭୂତପୂର୍ବ ସାହସିକତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ମିତ ମଚ୍ଛାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସ୍ମିତ ମଚ୍ଛାର ହେଉଛନ୍ତି ଜଣେ ପ୍ରକୃତ ହିରୋ। ସେ ନିଜ ସାହସ ବଳରେ ୯/୧୧ ଭଳି ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣକୁ ଟାଳି ଦେଇଛନ୍ତି। ତାଙ୍କର ଏହି ଭଳି ନିର୍ଭୀକ କାର୍ଯ୍ୟ ପାଇଁ ଆଜି ସମଗ୍ର ଭାରତବର୍ଷ ଗର୍ବିତ।

Related Articles

Leave a Reply

Your email address will not be published. Required fields are marked *

Back to top button