ଶରଧାବାଲିରେ ପହଞ୍ଚିଲେ ତିନିରଥ: ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ

ଭୁବନେଶ୍ବର: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛନ୍ତି ତିନିରଥ। ଗତକାଲି  ସନ୍ଧ୍ୟା ସୁଦ୍ଧା ଶ୍ରୀବଳଭଦ୍ରଙ୍କ ‘ତାଳଧ୍ୱଜ’ ରଥ ମାର୍କେଟ ଛକ, ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ମରିଚିକୋଟ ଛକ ଏବଂ ମହାପ୍ରଭୁଙ୍କ ‘ନନ୍ଦିଘୋଷ’ ରଥ ବଳଗଣ୍ଡି ନିକଟରେ ଅଟକି ରହିଥିଲା। ଆଜି ସକାଳେ ରଥଗୁଡ଼ିକରେ ସକାଳ ଧୂପ ନୀତି ସମ୍ପାଦନ ହେବା ପରେ, ପ୍ରାୟ ୯.୩୦ ସମୟରେ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁଙ୍କ ଅପୂର୍ବ ଉତ୍ସାହ ମଧ୍ୟରେ ଅପରାହ୍ନ ୨.୪୫ ମିନିଟରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିବା ସହ ଶ୍ରୀଗୁଣ୍ଡିଚା ଯାତ୍ରାର ରଥଟଣା କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ବର୍ତ୍ତମାନ ତିନୋଟି ଯାକ ରଥ ଆଡ଼ପ ମଣ୍ଡପ (ଶ୍ରୀଗୁଣ୍ଡିଚା ମନ୍ଦିର) ସମ୍ମୁଖରେ ଅଟକି ରହିଥିବା ବେଳେ ରଥାରୂଢ଼ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିବା ପାଇଁ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି।

Related Articles

Leave a Reply

Your email address will not be published. Required fields are marked *

Back to top button