୪ ଦିନର ଖୋଜାଖୋଜି ପରେ କୂଅରୁ ମିଳିଲା ଛାତ୍ରଙ୍କ ମୃତଦେହ

ଭୁବନେଶ୍ବର: ୪ ଦିନ ହେଲା ନିଖୋଜ ଥିବା ଜଣେ ଭିନ୍ନକ୍ଷମ ଛାତ୍ରଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ନିଶ୍ଚନ୍ତା ଜେନାସାହିର ପବିତ୍ର ସାହୁ ଗତ ୧୨ ତାରିଖ ଦିନ ବାପାଙ୍କ ସହ ଚାନ୍ଦବାଲିକୁ କାଳୀପୂଜା ଦେଖିବାକୁ ଯାଇଥିଲେ। ରାତିରେ ଘରକୁ ଫେରି ଖାଇପିଇ ଶୋଇଥିବା ଅବସ୍ଥାରେ ୧୩ ତାରିଖ ସକାଳୁ ସେ ନିଖୋଜ ହୋଇଯାଇଥିଲେ। ବିଭିନ୍ନ ସ୍ଥାନରେ ଲାଗାତାର ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ନମିଳିବାରୁ ତାଙ୍କ ବାପା ସୁବାସ ସାହୁ ଚାନ୍ଦବାଲି ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ। ଆଜି ସକାଳେ ସୁବାସଙ୍କ ଘର ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଦୁର୍ଗନ୍ଧ ବାହାରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଚାନ୍ଦବାଲି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ମୃତଦେହ ଉଦ୍ଧାର କରିଥିଲେ। ତେବେ ପବିତ୍ର କିପରି କୂଅ ଭିତରକୁ ଗଲେ ଏବଂ ତାଙ୍କର ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେ ନେଇ ରହସ୍ୟ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପୋଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button