ଯୁବକକୁ ହାଣିଲେ ଖଣି ମଫିଆ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଚରମ ସୀମାରେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କଦଳିବନ୍ଧ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋରା ପଥର ଖନନକୁ ବିରୋଧ କରି ପୋଲିସକୁ ସୂଚନା ଦେବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଖଣି ମାଫିଆମାନେ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କଦଳିବନ୍ଧ ଅଞ୍ଚଳରେ ଦୀର୍ଘ ଦିନ ଧରି ଚୋରା ମାଙ୍କଡ଼ା ପଥର ଖନନ ଚାଲିଥିଲା, ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଥିଲେ। ଗତକାଲି କିଛି ଗାଡ଼ି ପଥର ବୋଝେଇ କରି ଯାଉଥିବା ସମୟରେ ଗ୍ରାମବାସୀ ସେଗୁଡ଼ିକୁ ଅଟକାଇଥିଲେ ଏବଂ ପିସିଆର (PCR) କୁ ଖବର ଦେଇଥିଲେ। ପୋଲିସକୁ ଖବର ଦେବା ରାଗରେ ଉତ୍କ୍ଷିପ୍ତ ହୋଇ ଖଣି ମାଫିଆମାନେ ସ୍ଥାନୀୟ ଯୁବକମାନଙ୍କ ଉପରେ ଆକ୍ରମଣ କରିଥିଲେ। ଦୁଇ ଜଣ ଯୁବକ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଜଣେ ଯୁବକଙ୍କୁ ମାଫିଆମାନେ କାବୁ କରିନେଇଥିଲେ। ଅଭିଯୋଗ ମୁତାବକ, ଅପରାଧୀମାନେ ଯୁବକଙ୍କୁ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ହାଣି ପକାଇଥିଲେ। ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ଥିବା ବେଳେ ତାଙ୍କର ବାମ ହାତଟିକୁ ମାଫିଆମାନେ ସମ୍ପୂର୍ଣ୍ଣ କାଟି ଅଲଗା କରିଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button