ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ଦ୍ୱିତୀୟ ଦିନିକିଆରୁ ବାଦ୍ ପଡ଼ିଲେ ନୀତିଶ ରେଡ୍ଡୀ

ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଉଛି। ତେବେ ଆହତ ଜନିତ ସମସ୍ୟା କାରଣରୁ ଷ୍ଟାର୍ ଅଲ୍‌ରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଏହି ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ରେଡ୍ଡୀଙ୍କ ଆଘାତ ସମ୍ପର୍କରେ ଆଧିକାରିକ ସୂଚନା ଦିଆଯାଇଛି। ବିସିସିଆଇର ସୂଚନା ଅନୁସାରେ, ବାମ ଜଙ୍ଘରେ ଯନ୍ତ୍ରଣା  ହେବା ଯୋଗୁଁ ସେ ଦ୍ୱିତୀୟ ଦିନିକିଆ ପାଇଁ ଚୟନ ପ୍ରକ୍ରିୟାରୁ ବାହାରେ ଥିଲେ। ବର୍ତ୍ତମାନ ବିସିସିଆଇର ମେଡିକାଲ ଟିମ୍ ନୀତିଶଙ୍କୁ ନିଜ ତତ୍ତ୍ୱାବଧାନରେ ରଖିଛି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବର ଟ୍ୱିଟର) ଜରିଆରେ ବୋର୍ଡ ନୀତିଶଙ୍କୁ ନେଇ ଅପ୍‌ଡେଟ୍ ଦେଇଥିଲା। ବୋର୍ଡ ସ୍ପଷ୍ଟ କରିଛି ଯେ, ବାମ ଜଙ୍ଘର ମାଂସପେଶୀରେ ସମସ୍ୟା ଥିବା କାରଣରୁ ସେ ଏହି ମ୍ୟାଚ୍ ଖେଳିପାରୁ ନାହାନ୍ତି। ତେବେ ତାଙ୍କ ଆଘାତ କେତେ ଗମ୍ଭୀର, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button