ବିଜେଡିରେ ମିଶିଲେ କଂଗ୍ରେସ ନେତ୍ରୀ

ଭୁବନେଶ୍ବର:  ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନେତାଙ୍କ ଦଳ ଡିଆ ପର୍ବ ଜୋର ଧରିଛି । ଏହାରି ଭିତରେ ବିଜେଡିରେ ସାମିଲ ହେଲେ ଲକ୍ଷ୍ମୀପୁରରୁ କଂଗ୍ରେସ ଟିକେଟରୁ ଆଶାୟୀ ପ୍ରାର୍ଥୀ ଗୀତାଞ୍ଜଳି ପୀଡ଼ିକା । ଗୀତାଞ୍ଜଳି ଏବେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ରହିଛନ୍ତି । ତାଙ୍କ ସହ ବହୁ ସମିତିସଭ୍ୟଙ୍କ ସହ ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ସମସ୍ତେ କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ନ ହିକକା କହିଛନ୍ତି କି, ଆଜି ଶତାଧିକ ନେତା କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ଗୀତାଞ୍ଜଳି ଆଗ ଧାଡ଼ିର କଂଗ୍ରେସ ନେତ୍ରୀ ଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ୟ୍ୟକ୍ରମରେ ସାମିଲ ହୋଇ କୋରାପୁଟ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବେ। ଦଳ ଆହୁରି ଶକ୍ତିଶାଳୀ ହେବ ।

Related Articles

Leave a Reply

Your email address will not be published.

Back to top button