ପେଟ୍ରୋଲ ପମ୍ପ ଟାଙ୍କି ଫାଟି ଅଘଟଣ: ଜଣେ କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ ୭ ନମ୍ବର ୱାର୍ଡ ବାଳିଗୋହିରୀ ଅଞ୍ଚଳରେ ଥିବା ସତ୍ୟସାଇ ଫିଲିଙ୍ଗ ସ୍ଟେସନରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ପେଟ୍ରୋଲ ପମ୍ପ ପରିସରରେ ଥିବା ଏକ ପୁରୁଣା ତେଲ ଟାଙ୍କିକୁ କଲିକତା ଅଞ୍ଚଳର ୩ ଜଣ ଗ୍ୟାସ କର୍ମଚାରୀ ଗ୍ୟାସ କଟର ସାହାଯ୍ୟରେ କାଟୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। ଏହି ସମୟରେ ତେଲ ଟାଙ୍କିଟି ପ୍ରଚଣ୍ଡ ଶବ୍ଦ ସହ ଫାଟିଯିବାରୁ ସେଠାରେ କାର୍ଯ୍ୟରତ ଥିବା ରେମୁଣା ବ୍ଲକ ବିମୁରିଆ ଗ୍ରାମର ବୀରେନ୍ଦ୍ର ସିଂହ (ହୁଆ)ଙ୍କ ଦେହରେ ଟାଙ୍କିର ଭାରୀ ଢାଙ୍କୁଣୀଟି ପ୍ରଚଣ୍ଡ ବେଗରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଛି। ଦୁର୍ଘଟଣାର ଖବର ପାଇ ନୀଳଗିରି ଥାନା ଅଧିକାରୀ ଗୋବର୍ଦ୍ଧନ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ପେଟ୍ରୋଲ ପମ୍ପ ମାଲିକ ଦୀପ୍ତିକାନ୍ତ ମହାପାତ୍ର, ମ୍ୟାନେଜର କମଳାଲୋଚନ ନାୟକଙ୍କ ସମେତ ଗ୍ୟାସ କଟର ବ୍ୟବହାର କରୁଥିବା ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖି ଥାନାକୁ ନେଇ ଅଧିକ ପଚରାଉଚରା ଚଳାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button