ବିଏସକେୱାଇ ନବୀନ କାର୍ଡ ପଂଜୀକରଣ ସମୟସୀମା ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାର ବିଏସକେୱାଇ ନବୀନ କାର୍ଡର ପଂଜୀକରଣ ସମୟ ସୀମା ବୃଦ୍ଧି କରିଛନ୍ତି। ଆଜି ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହା ଆଜି ଅର୍ଥାତ 16 ତାରିଖ ଶେଷ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ଅନେକ ଏହା ପୂରଣ କରିବାରେ ସମର୍ଥ ହୋଇ ନ ଥିବାରୁ ସରକାର ଏହାର ସମୟସୀମା ବୃଦ୍ଧି କରିଛନ୍ତି। ସେହି ଅନୁସାରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଏହାର ସମୟ ବୃଦ୍ଧି କରାଯାଇଛି। ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଏକ ଯୋଜନା। ଯେଉଁଥିରେ ଗ୍ରାମାଞ୍ଚଳ ଲୋକେ ବିଏସକେୱାଇରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଏହି ନୂଆ ଯୋଜନାରେ ସାମିଲ କରାଯାଇଛି। ତେବେ ଏହି ଯୋଜନାରେ ଯେଉଁମାନେ କର ଦେଉଛନ୍ତି କିମ୍ବା ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ବାଦ ଦିଆଯାଇଛି। ଏପରିକି ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ମଧ୍ୟ ବାଦ ଦିଆଯାଇଛି। ଏହି ଯୋଜନା ପାଇଁ ଯିଏ ଉପଯୁକ୍ତ ସେମାନେ www.bskynabin.odisha.gov.in ରେ ଲଗଅନ କରି ଆବେଦନ କରିପାରିବେ।

Related Articles

Leave a Reply

Your email address will not be published.

Back to top button