ନନ୍ଦନକାନନରେ ୧୪ ପ୍ରଜାତିର ୫୮ ବିଦେଶୀ ଅତିଥି

ଭୁବନେଶ୍ୱର: ରାଜଧାନୀସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛନ୍ତି ୫୮ ଜଣ ନୂଆ ବିଦେଶୀ ଅତିଥି। ଗୁଜୁରାଟର ରାଧା କୃଷ୍ଣ ଟେମ୍ପଲ ଏଲିଫାଣ୍ଟ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ନନ୍ଦନକାନନକୁ ୧୪ଟି ବିଭିନ୍ନ ପ୍ରଜାତିର ଏହି ବିଦେଶୀ ପ୍ରାଣୀ ଓ ପକ୍ଷୀଙ୍କୁ ହସ୍ତାନ୍ତର କରାଯାଇଛି। ଶନିବାର ଏହି ସମସ୍ତ ନୂତନ ଅତିଥି ସୁରକ୍ଷିତ ଭାବେ ନନ୍ଦନକାନନରେ ପହଞ୍ଚିଛନ୍ତି। ଆସିଥିବା ନୂଆ ଅତିଥିଙ୍କ ମଧ୍ୟରେ ୨ ଯୋଡ଼ା ଆଫ୍ରିକୀୟ ଜେବ୍ରା, ୨ ଯୋଡ଼ା କଙ୍ଗାରୁ, ୩ ଯୋଡ଼ା ବେନେଟ ୱାଲାବି, ୨ ଯୋଡ଼ା ରିଙ୍ଗ ଟେଲଡ୍ ଲେମୁର, ୨ ଯୋଡ଼ା ଟଫଡ କାପୁଚିନ, ୨ ଯୋଡ଼ା ସ୍କାର୍ଲେଟ୍ ମକାଓ, ୨ ଯୋଡ଼ା ବ୍ଲୁ ଆଣ୍ଡ ଗୋଲ୍ଡ ମକାଓ, ୨ ଯୋଡ଼ା ଗ୍ରୀନୱିଙ୍ଗଡ ମକାଓ, ୨ ଯୋଡ଼ା ସଲଫର-କ୍ରେଷ୍ଟେଡ୍ କକାଟୁ, ୨ ଯୋଡ଼ା କ୍ରାଉନ୍ଡ କ୍ରେନ୍, ୨ ଯୋଡ଼ା ସ୍କାର୍ଲେଟ୍ ଆଇବିସ୍, ୩ ଯୋଡ଼ା ମିରକାଟ୍, ଗୋଟିଏ ଯୋଡ଼ା କାସୋୱାରୀ ଏବଂ ୨ ଯୋଡ଼ା ବ୍ଲୁ ୱାଇଲ୍ଡବିଷ୍ଟ ସାମିଲ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ୧୪ଟି ପ୍ରଜାତି ମଧ୍ୟରୁ ୧୦ଟି ପ୍ରଜାତିର ପ୍ରାଣୀ ନନ୍ଦନକାନନ ପାଇଁ ସମ୍ପୂର୍ଣ୍ଣ ନୂଆ ଅଟନ୍ତି। ଏହା ସହିତ ଗୋଟିଏ ପ୍ରଜାତିର ଯୋଡ଼ି  ଏବଂ ୩ଟି ପ୍ରଜାତିରେ ନୂତନ ବଂଶବୃଦ୍ଧି ସୁଯୋଗ ସୃଷ୍ଟି ହୋଇଛି। ଏହି ନୂତନ ଅତିଥିଙ୍କ ଆଗମନ ପରେ ନନ୍ଦନକାନନରେ ମୋଟ ପ୍ରଜାତି ସଂଖ୍ୟା ୧୮୮ରେ ପହଞ୍ଚିଛି, ଯାହା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

Related Articles

Leave a Reply

Your email address will not be published. Required fields are marked *

Back to top button