କେନାଲରେ ବୁଡି ଭାଇ ଭଉଣୀ ମୃତ

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଲୁହା ନଦୀ କେନାଲରେ ବୁଡ଼ି ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁହେଁ ଖୁଣ୍ଟା ଥାନା ଅନ୍ତର୍ଗତ ମହଲରପଦା ଗାଁର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ନାଲୁହା ନଦୀ କେନାଲ ନିକଟରେ ଥିବା ବେଳେ ପ୍ରଥମେ ଭାଇ ଅସାବଧାନତାବଶତଃ ପାଣିରେ ଭାସିଯାଇଥିଲେ। ଭାଇଙ୍କୁ ପାଣିରେ ଭାସିଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଭଉଣୀ ମଧ୍ୟ କେନାଲକୁ ଯାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେ ମଧ୍ୟ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଘଟଣା ପରେ ଉଭୟଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ପରେ କରଚକିଆ ପୋଲ ନିକଟରୁ ଭାଇ ଓ ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ମହଲରପଦା ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ଭାଇଙ୍କୁ ବଞ୍ଚାଇବାକୁ ଯାଇ ଭଉଣୀ ମଧ୍ୟ ଜୀବନ ହରାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଦୁଃଖ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button