ବ୍ରିକ୍ସ ସମ୍ମିଳନୀ ଅବସରରେ ଆବୁଧାବି କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ କରିଡର, ଶକ୍ତି ସୁରକ୍ଷା ଓ ନିବେଶ ବିସ୍ତାରକୁ ପ୍ରୋତ୍ସାହିତ କରିବା ଉପରେ ଦୁଇ ନେତା ଗୁରୁତ୍ୱାରୋପ କରିଛନ୍ତି। ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଲେଖିଛନ୍ତି ଯେ, ବିଗତ କିଛି ବର୍ଷ ମଧ୍ୟରେ ଭାରତ-ୟୁଏଇ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି ଏବଂ ଦୁଇ ଦେଶ ନିଜ ମହତ୍ୱାକାଂକ୍ଷାକୁ ଆହୁରି ଉଚ୍ଚ କରିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା, କୃତ୍ରିମ ବୁଦ୍ଧିମତ୍ତା, ମହାକାଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ, ଶକ୍ତି, ଖାଦ୍ୟ ସୁରକ୍ଷା ଏବଂ ସଂଯୋଗୀକରଣ କ୍ଷେତ୍ରରେ ରଣନୈତିକ ସହଭାଗୀତାକୁ ଆଗକୁ ନେବା ସମ୍ପର୍କରେ ଆଲୋଚନା ହୋଇଛି। ନିବେଶ ସମ୍ପର୍କ, ରଣନୈତିକ ଶକ୍ତି ଭିତ୍ତିଭୂମି ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ସଂଯୋଗୀକରଣରେ ନୂତନ ସମ୍ଭାବନା ପରଖିବା ପାଇଁ ଅପାର ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button