ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ହେବ ୬ ଲେନ୍

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ-୩୧୬ ଶୀଘ୍ର ୬ ଲେନ୍ ବିଶିଷ୍ଟ ହେବାକୁ ଯାଉଛି। ଏଥିପାଇଁ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ମାଟି ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଜମି ଅଧିଗ୍ରହଣ ପ୍ରସ୍ତାବ ଆସିବ ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଦ୍ୱାରା ପୁରୀରୁ ଭୁବନେଶ୍ୱର ମଧ୍ୟରେ ଯାତାୟାତ ସମୟ ଯଥେଷ୍ଟ କମିବ। ‘ଜିଓ ଡିଜାଇନ୍ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍‌’ ସଂସ୍ଥା ପକ୍ଷରୁ ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟକିଆ, ସାତଶଙ୍ଖ ଓ ଚନ୍ଦନପୁର ବାଇପାସ୍ ଅଞ୍ଚଳରେ ମାଟି ପରୀକ୍ଷଣ କରାଯାଉଛି। ଏହା ସହିତ ୬ ଲେନ୍ ବିଶିଷ୍ଟ ପ୍ରକଳ୍ପ ପାଇଁ ପଥ ପରିଷ୍କାର ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖାଦେଇଛି। ରଥଯାତ୍ରା, ସୁନାବେଶ, ଓ ସାପ୍ତାହିକ ଛୁଟିଦିନଗୁଡ଼ିକରେ ଏହି ଜାତୀୟ ରାଜପଥରେ ସୃଷ୍ଟି ହେଉଥିବା ଘଣ୍ଟା ଘଣ୍ଟାର ଟ୍ରାଫିକ୍ ଜାମ୍‌ରୁ ଏବେ ଯାତ୍ରୀଙ୍କୁ ମୁକ୍ତି ମିଳିବ। ୬୭ କିଲୋମିଟର ଦୀର୍ଘ ଏହି ରାଜପଥର କେତେକ ପ୍ରମୁଖ ସ୍ଥାନରେ ୮ ଲେନ୍ କରିବା ପାଇଁ ମଧ୍ୟ ଜମି ଅଧିଗ୍ରହଣ ଯୋଜନା ରହିଛି। ରାସ୍ତା କଡ଼ରେ ୱେ-ସାଇଡ୍ ଅମେନିଟିଜ୍ (ଯାତ୍ରୀ ସୁବିଧା କେନ୍ଦ୍ର) ସହ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଶ୍ରଦ୍ଧାଳୁମାନେ ମାତ୍ର ୪୫ ମିନିଟ୍‌ରେ ଭୁବନେଶ୍ୱରରୁ ପୁରୀରେ ପହଞ୍ଚିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button