ପୂର୍ବ ଶତ୍ରୁତାରୁ ବାଇକ୍ ଆରୋହୀଙ୍କୁ ଛୁରାମାଡ଼: ଯୁବକ ଗୁରୁତର

ଭୁବନେଶ୍ବର: ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ରାଣିପଡ଼ାଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ସାଂଘାତିକ ଛୁରାମାଡ଼ ଘଟଣା ଘଟିଛି। ୩ ଜଣ ଯୁବକ ବାଇକ୍ ଯୋଗେ ଯାଉଥିବା ସମୟରେ ଦୁର୍ବୁତ୍ତମାନେ ଆକ୍ରମଣ କରିବାରୁ ନୂଆପଡ଼ା ଗ୍ରାମର ତାପସ ରାଉତ (୧୮) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ଆହତ ତାପସ ନିଜର ଦୁଇ ଜଣ ସହଯୋଗୀଙ୍କ ସହ କଣାସ ବଜାରରୁ ନୂଆପଡ଼ା ଗାଁକୁ ବାଇକ୍‌ରେ ଫେରୁଥିଲେ। ଏହି ସମୟରେ ରାଣିପଡ଼ା ନିକଟରେ କିଛି ଦୁର୍ବୁତ୍ତ ସେମାନଙ୍କ ଗତିପଥ ରୋକି ଅଚାନକ୍ ଛୁରାମାଡ଼ କରିଥିଲେ। ଆକ୍ରମଣ ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫରାର୍ ହୋଇଯାଇଥିବା ବେଳେ ସେମାନଙ୍କ ବାଇକ୍‌ଟିକୁ ଘଟଣାସ୍ଥଳରୁ ଜବତ କରାଯାଇଛି। ଛୁରାମାଡ଼ରେ ଗୁରୁତର ହୋଇଥିବା ତାପସଙ୍କୁ ପ୍ରଥମେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଂକଟପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମ୍ପର୍କରେ ଏତଲା ପାଇବା ପରେ କଣାସ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଫରାର୍ ଦୁର୍ବୁତ୍ତଙ୍କୁ କାବୁ କରିବା ପାଇଁ ଛାପାମାରି ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button