ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

ନୂଆଦିଲ୍ଲୀ: ହରିୟାଣା ଅମ୍ବାଲା ସହର ନିକଟସ୍ଥ ଧୂଲକୋଟ ଗାଁରେ ଏକ ଦୁଃଖଦ ଅଘଟଣ ଘଟିଯାଇଛି। ଏଠାରେ ଏକ ନିର୍ମାଣାଧୀନ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କୋଠାର ପ୍ରଥମ ମହଲା ପାଇଁ କଂକ୍ରିଟ୍ ସ୍ଲାବ୍‌ ଢଳେଇ କାମ ଚାଲିଥିବା ସମୟରେ ହଠାତ୍ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେବା ସହ ନିଜେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଘଟଣାସ୍ଥଳରୁ ୧୨ ଜଣ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଯାଇଥିଲା, ଯେଉଁଥିମଧ୍ୟରୁ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଆହତମାନଙ୍କ ମଧ୍ୟରୁ ୫ ଜଣ ଚିକିତ୍ସିତ ହେଉଥିବା ବେଳେ ବାକି ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି।ଅମ୍ବାଲା ଏସପି ଅଜିତ ସିଂ ଶେଖାୱତଙ୍କ କହିବା ଅନୁଯାୟୀ, ଘଟଣା ପରେ NDRF, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (SDRF) ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷ ତଳେ ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଥିବାରୁ ବୁଲଡୋଜର ସାହାଯ୍ୟରେ ଜବରଦସ୍ତ ସଫେଇ ଓ ଉଦ୍ଧାର ଅଭିଯାନ ଚାଲିଛି। ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button