ବିରୋଧୀଙ୍କ ହଙ୍ଗାମା ଭିତରେ ଆଗୁଆ ଶେଷ ହେଲା ମୌସୁମୀ ଅଧିବେଶନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ୱର: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା ଯୋଗୁଁ ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ଆଗୁଆ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଗୃହ କାର୍ଯ୍ୟାବଳୀ ଚାଲି ନପାରିବାରୁ ବାଚସ୍ପତି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।  ଚଳିତ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ଥିଲା। ମାତ୍ର ଅଧିବେଶନର ପଞ୍ଚମ ଦିନରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କ ଗୃହ ମଧ୍ୟରେ ହଙ୍ଗାମା ଯୋଗୁଁ ଆଜିର ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ଏହି ପ୍ରବଳ ପାଟିତୁଣ୍ଡ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜର ଉତ୍ତର ରଖୁଥିଲେ ବି ଗୃହ ମାତ୍ର ୭ ମିନିଟ୍ ଚାଲିପାରିଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବାଚସ୍ପତି ପ୍ରଥମେ ଗୃହକୁ ସକାଳ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ନଆସିବାରୁ ଶେଷରେ ଅଧିବେଶନକୁ ଆଗୁଆ ସାଙ୍ଗ କରିବାକୁ ବାଚସ୍ପତି ନିଷ୍ପତ୍ତି ନେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button