ତାମିଲନାଡୁରେ ସରକାର ଗଠନକୁ ନେଇ ସସପେନ୍ସ: ବିଜୟଙ୍କ ପାଇଁ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଫଳାଫଳ ପରେ ତାମିଲନାଡୁ ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବାରୁ ସରକାର ଗଠନ ଏବଂ ଶପଥ ଗ୍ରହଣ ସମାରୋହକୁ ନେଇ ସସପେନ୍ସ ଜାରି ରହିଛି। ଏହାରି ଭିତରେ ମେଣ୍ଟ ଗଠନ ପାଇଁ AIADMK ଦେଇଥିବା ପ୍ରସ୍ତାବକୁ DMK ପ୍ରତ୍ୟାଖ୍ୟାନ କରିଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁସାରେ, ରାଜ୍ୟରେ ସ୍ଥିର ସରକାର ଗଠନ ପାଇଁ AIADMK ପକ୍ଷରୁ DMKର ସମର୍ଥନ ଲୋଡ଼ାଯାଇଥିଲା। କିନ୍ତୁ DMK ନେତୃତ୍ୱ ଏହି ଅଫର୍କୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। ଦଳ ପକ୍ଷରୁ କୁହାଯାଇଛି ଯେ, “ଆମେ ଜନମତକୁ ସମ୍ମାନ ଜଣାଉଛୁ ଏବଂ ଆବଶ୍ୟକ ପଡ଼ିଲେ ବିରୋଧୀ ଦଳ ଆସନରେ ବସିବାକୁ ପ୍ରସ୍ତୁତ ଅଛୁ, କିନ୍ତୁ AIADMK ସହ ମେଣ୍ଟ ସମ୍ଭବ ନୁହେଁ।” ସୂଚନାଯୋଗ୍ୟ ଯେ, ଅଭିନେତାରୁ ନେତା ବନିଥିବା ବିଜୟଙ୍କ ନୂତନ ଦଳ ପାଇଁ ଏହି ରାଜନୈତିକ ଅଙ୍କ ବେଶ୍ ଜଟିଳ ହୋଇପଡ଼ିଛି। ମେଣ୍ଟ ଗଣିତ ବିଗିଡ଼ି ଯାଇଥିବାରୁ କିଏ ଶାସନ ଗାଦିରେ ବସିବ, ତାହାକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି। ଯଦିଓ DMK ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ, ତଥାପି ଏହି ନିଷ୍ପତ୍ତି ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛି।



