ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ: ଗତକାଲି ମଧ୍ୟମଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ନେଇ ଶୁଭେନ୍ଦୁ ଅଧିକାରୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏହା ଏକ ନୃଶଂସ ହତ୍ୟା। ଆକ୍ରମଣ ପୂର୍ବ ଯୋଜନାବଦ୍ଧ ଥିଲା ଏବଂ ଏଥିରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ହିଂସାରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି କହିଛନ୍ତି। ପୋଲିସ ସୂତ୍ର ଅନୁଯାୟୀ ଘଟଣାଟି ରାତି ୧୦ଟାରୁ ୧୦:୧୫ ମଧ୍ୟରେ ଘଟିଥିଲା । ଆକ୍ରମଣ ସମୟରେ ଚନ୍ଦ୍ରନାଥ ରଥ ଏବଂ ତାଙ୍କ ଡ୍ରାଇଭର କାରର ଆଗ ସିଟରେ ଥିବା ଜଣାପଡ଼ିଛି। ଚନ୍ଦ୍ରନାଥ ରଥଙ୍କ ନିକଟତର ବୋଲି କୁହାଯାଉଥିବା ମିଣ୍ଟୁ ନାମକ ଜଣେ ବ୍ୟକ୍ତି ପଛ ସିଟରେ ବସିଥିଲେ। ତେବେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ନିର୍ବାଚନୀ ହିଂସା ବଢିଯାଇଛି । ଆକ୍ରମଣକାରୀ କିଏ ଓ କାହିଁକି ହତ୍ୟା କଲେ, ତାହା ଖୁବ ଶୀଘ୍ର ଜଣାପଡିବା ଦରକାର । ଏବଂ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରହିବା ଆବଶ୍ୟକ

Related Articles

Leave a Reply

Your email address will not be published. Required fields are marked *

Back to top button