ପିଶାଚ ଦାଦାର ନୃଶଂସ କାଣ୍ଡ: ପାଇଖାନା ଟାଙ୍କିରୁ ମିଳିଲା ନିଖୋଜ ‘ଆଶୀର୍ବାଦ’ଙ୍କ ମୃତଦେହ

ଭୁବନେଶ୍ବର: ପୁରୀ ଜିଲ୍ଲା ଡେଲାଙ୍ଗ ଥାନାର ରତନପୁର ଗ୍ରାମର ନାବାଳକ ‘ଆଶୀର୍ବାଦ’ର ନିଖୋଜ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ରବିବାର ବିଳମ୍ବିତ ରାତିରେ ଘରଠାରୁ ୨ଶହ ମିଟର ଦୂର ପୋଡ଼ଶୀଙ୍କ ପାଇଖାନା ଟାଙ୍କିରୁ ତା’ର ଗଳିତ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଆଶୀର୍ବାଦର ସମ୍ପର୍କୀୟ ଦାଦା ତଥା ପଟଣପୁର ଗ୍ରାମର ପ୍ରଭାକର ସାହୁ (୩୮) ଓରଫ ବାପିକୁ ଗିରଫ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ ଟିମ୍ ଅଭିଯୁକ୍ତକୁ ଚାନ୍ଦପୁୁରରୁ ଗିରଫ କରିବା ସହିତ ପଚରାଉଚରା ପରେ ନାବାଳକକୁ ହତ୍ୟା କରିଥିବା ସେ ସ୍ୱୀକାର କରିଥିଲା। ତେବେ ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ଅଭିଯୁକ୍ତ ନାବାଳକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗଳିତ ମୃତଦେହ ପାଇଖାନା ଟାଙ୍କିରୁ ଉଦ୍ଧାର ହେବା ପରେ ଆଶୀର୍ବାଦଙ୍କ ଗୁପ୍ତାଙ୍ଗ ଖଣ୍ଡିଆ ହୋଇଥିବା ଦେଖିବାକୁ ମିଳିଥିଲା। ମୃତଦେହ ଉଦ୍ଧାର ହେବା ପରେ ସାରା ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ହତ୍ୟା କିପରି କରାଯାଇଛି ତାହା ସମ୍ନାକୁ ଆସିବ ବୋଲି ଆଡିସୋନାଲ ଏସ୍‌ପି ବିଷ୍ଣୁଚରଣ ପତି କହିଛନ୍ତି । ଆମେ ଅଭିଯୁକ୍ତକୁ ଆଜି ପଚରା ଉଚରା କରି ଆସନ୍ତା କାଲି କୋର୍ଟଚାଲାଣ କରିବୁ। ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଆଣାଯିବ । ଏହି ହତ୍ୟାକାଣ୍ଡରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି କି ନାହିଁ ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ଶ୍ରୀ ପତି କହିଛନ୍ତି। ଆଉ ଏପଟେ ଗ୍ରାମବାସୀ ରାଗିଯାଇ ବାପି ସାହୁର ଘର ଭାଙ୍ଗିଛନ୍ତି । ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ବାପି ଆଶୀର୍ବାଦର ସମ୍ପର୍କୀୟ ଦାଦା ହୋଇଥିବା ବେଳେ ଛୋଟ ପିଲାମାନଙ୍କ ସାଙ୍ଗରେ ମିଳାମିଶା କରିବା ସହିତ ଖେଳିବା ଓ ଭୋଜି କରିବା ତାର ଏକ ପ୍ରକାର ସୌକ ଥିଲା। ପିଲାମାନଙ୍କ ସହିତ ସହଜରେ ମିଶିବାର କୌଶଳ ବାପିର ଥିଲା ମୁଖ୍ୟଅସ୍ତ୍ର । ସେଦିନ ଥିଲା ଅପ୍ରେଲ ୧୫ ତାରିଖ। ଆଶୀର୍ବାଦ ଗାଁ ପଡ଼ିଆରେ ପିଲାମାନଙ୍କ ସହିତ ଖେଳକୁଦ ସାରି ଘରକୁ ଫେରିଥିଲା । ଦାଣ୍ଡ ଦୁଆରେ ସାନଭଉଣୀ ଟ୍ୟୁସନ ଯିବାକୁ ଠିଆ ହୋଇଥିବା ବେଳେ ସାଇକେଲରେ ନେଇ ଆରପଟ ଗାଁରେ ଛାଡି ଘରକୁ ଫେରିଥିଲା । ମା’ ପୁଅକୁ ଦେଖି ଖାଇବାକୁ ଡାକିଥିଲେ । ହେଲେ କାଳବୈଶାଖୀ ଆସିବାରୁ ମା’ ତରତର ହୋଇ ଛାତ ଉପରକୁ ଲୁଗା ଆଣିବାକୁ ଚାଲିଯାଇଥିଲେ । ତଳକୁ ଆସି ପୁଅକୁ ଖୋଜିଥିଲେ ହେଲେ ପୁଅକୁ ନପାଇ ସ୍ୱାମୀଙ୍କୁ ଫୋନ୍‌କରି ଜଣାଇଥିଲେ । ପରିବାରର ସମସ୍ତ ସଦସ୍ୟ ସାହି ପଡ଼ିଶା ଘର ଖୋଜାଖୋଜି କରିଥିଲେ ମଧ୍ୟ ‘ଆଶୀର୍ବାଦ’ର ଟେର ପାଇନଥିଲେ । ପୁଅ ନିଖୋଜ ଥିବା ନେଇ ପରିବାର ଲୋକେ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଖବର ପାଇ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ରାତିରେ ପାଇନଥିଲେ । ୧୬ ତାରିଖ ସକାଳୁ ଡେଲାଙ୍ଗ ପୁଲିସ ଓ ଅଗ୍ନିଶମ ବିଭାଗ ଦ୍ୱାରା ନିଖୋଜ ନାବାଳକର ବାଡ଼ିପଟେ ଯାଇଥିବା ଲୁଣାନଦୀ, ଜଙ୍ଗଲିଆ ସ୍ଥାନ, ଗହୀର, ବାଉଁଶବଣ ପ୍ରଭୃତିରେ ଖୋଜାଖୋଜି କରିଥିଲେ। ହେଲେ ଆଶୀର୍ବାଦର ସନ୍ଧାନ ପାଇବାରେ ବିଫଳ ହୋଇଥିଲେ । ପରିବାର ଲୋକଙ୍କୁ ଅନେକ ପଚରା ଉଚରା ପରେ ମଧ୍ୟ ପୁଲିସ ଏହି ଘଟଣାର କୌଣସି ଦିଗ ନପାଇ ଅନ୍ଧାରରେ ବାଡ଼ିବୁଲାଇବାକୁ ଲାଗିଥିଲା । ଅନ୍ୟପଟେ ଅପହରଣକୁ ୪ ଦିନ ବିତିଯିବା ପରେ ପିଲାକୁ କେହି ଗାଁ ଦାଣ୍ଡରୁ ଅପହରଣ କରିନେଇଥିବା ପୁଲିସ ସନ୍ଦେହ କରିବା ସହିତ ବିଭିନ୍ନ ସ୍ଥାନରେ ନାବାଳକର ପୋଷ୍ଟର ଲଗାଇ ଖବର ଦେବାକୁ ନିବେଦନ କରିଥିଲା। ଅପହରଣ ସନ୍ଦେହ କରି ବିଭିନ୍ନ ସ୍ଥାନରେ ପୁଲିସ ଚଢଉ କରିଥିବା ସତ୍ତ୍ୱେ କୌଣସି ପତ୍ତା ମିଳିନଥିଲା । ବାଧ୍ୟ ହୋଇ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିବା ସହିତ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୁରୀ ଏସ୍‌ପି ବିନିତ ଅଗ୍ରୱାଲ ନିଖୋଜ ପରିବାର ସଦସ୍ୟଙ୍କୁ ଭେଟି ପଚରା ଉଚରା କରିଥିଲେ । ତେବେ ପରିବାର ଲୋକଙ୍କ ଠାରୁ ସେମିତି କିଛି ଲିଡ୍ ପୁଲିସକୁ ମିଳିପାରିନଥିଲା । ଅନ୍ୟପଟେ ଘଟଣା ଘଟିବା ଦିନ ଅଭିଯୁକ୍ତ ଗାଁକୁ ଆସିଥିଲା । ହେଲେ ସନ୍ଧ୍ୟାରେ ଗାଁ ଛାଡ଼ି ଶ୍ୱଶୁର ଘରକୁ ଚାଲିଯାଇଥିଲା । ଅନ୍ୟପଟେ ପୁଲିସ ସହିତ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁରକୁ ନେଇ ଆଶୀର୍ବାଦକୁ ଖୋଜିବା ଆରମ୍ଭ କରିଥିଲେ । କୁକୁର ଅଭିଯୁକ୍ତ ବାରି ଓ ଦାଣ୍ଡ ଦୁଆରେ ପଇଁତରା ମାରିବା ସହିତ ଦାଣ୍ଡ ଦୁଆରେ ଶୋଇ ରହିଥିଲା । ଅଭିଯୁକ୍ତ ଗାଁରେ ନଥିବା ନେଇ ପୁଲିସର ସନ୍ଦେହ ଘନେଇଥିଲା । ଦାଣ୍ଡ ଦୁଆରେ ପୁଲିସ ପଇଁତରା ମାରିବା ଖବର ପାଇ ସେଦିନ ଘରକୁ ଆସିଥିଲା । ପୁଲିସ ଖବର ପାଇଁ ଅଭିଯୁକ୍ତ ପ୍ରଭାକର ସାହୁକୁ ୧୮ ତାରିଖରେ ଅଟକ ରଖି ପଚରା ଉଚରା କରିଥିଲା । ହେଲେ ତା’ର ଚାଲିଚଳନ ସ୍ୱାଭାବିକ ରହିବା ଓ ଏଘଟଣା ସମ୍ପର୍କରେ ସେ କିଛି ଜାଣି ନାହିଁ ବୋଲି କହିବାରୁ ପୁଲିସ ଛାଡ଼ିବାକୁ ବାଧ୍ୟ ହୋଇଥିଲା । ଅନ୍ୟପଟେ ପୁଲିସ ସନ୍ଦେହ ଘେରରେ ରଖି ଅଭିଯୁକ୍ତ ଉପରେ ନିକ୍ଷ୍ଣ ନଜର ରଖିଥିଲା । ଘଟଣାର ୬ ଦିନ ପର୍ଯ୍ୟନ୍ତ ଅଭିଯୁକ୍ତର ମୋବାଇଲ୍ ଖୋଲାଥିବା ବେଳେ ରବିବାର ପୁଲିସ ପୁନର୍ବାର ଡକାଇବାରୁ ଫୋନ ସୁଇଚ ୍ ଅଫ୍ ହେବାରୁ ସନ୍ଦେହ ଘନେଇଥିଲା । ପୁରୀ ଏସପି ରବିବାର ସନ୍ଧ୍ୟା ୭ଟା ସମୟରେ ଡେଲାଙ୍ଗ ଥାନାରେ ପହଞ୍ôଚ ପିପିଲି ଏସଡିପିଓ ଦେବାଶିଷ୍ ମିଶ୍ର, ଆଇଆଇସି ଶ୍ୟାମଘନ ବାରିକ ଓ ଫାଣ୍ଡି ଅଧିକାରୀ ରଶ୍ମୀରଞ୍ଜନ ପୃଷ୍ଟିଙ୍କ ସହିତ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ପରେ ପ୍ରଭାକର ସନ୍ଦେହ ଘେକୁ ଆସିଥିଲା । ପୁରୀ ଏସପିଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ ପ୍ରଭାକରକୁ ଚାନ୍ଦପୁର ସ୍ଥିତ ତାଙ୍କ ଶୁଶୁର ଘରୁ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଆଶାର୍ବାଦର ବାପା କହିଛନ୍ତି ଯେ ପୁଅକୁ ଏମିତି ହତ୍ୟା କରିବ ବୋଲି ମୁଁ କେବେ ଭାବିନଥିଲି । ନିରୀହ ପିଲାଟା କେତେ କାକୁତି ମିନତୀ ହୋଇଥିବ ମୋ ପୁଅକୁ ଯେମିତି ଭାବେ ପ୍ରଭାକର ହତ୍ୟା କରିଛି । ମାନ୍ୟବର କୋର୍ଟ ତାଙ୍କୁ ଯେତେ ଦଣ୍ଡ ଦେଲେବି କମ୍ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button