ଦିଲ୍ଲୀରେ ପୁଣି ବଢିଲା ସିଏନ୍‌ଜି ଦର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ (ଏନ୍‌ସିଆର୍‌)ରେ ପୁଣି ଥରେ ମହଙ୍ଗା ହୋଇଛି ସିଏନ୍‌ଜି । ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ପକ୍ଷରୁ କିଲୋଗ୍ରାମ୍ ପ୍ରତି ୩ ଟଙ୍କା ୮୯ ପଇସା ଦର ବୃଦ୍ଧି କରାଯାଇଛି। ଏହି ନୂଆ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି।ଦର ବୃଦ୍ଧି ପରେ ଦିଲ୍ଲୀରେ CNG ମୂଲ୍ୟ କେଜି ପ୍ରତି ୮୩.୦୯ ଟଙ୍କାରୁ ବଢ଼ି ୮୬.୯୮ ଟଙ୍କା ହୋଇଛି। ଏହାର ପ୍ରଭାବ କେବଳ ଦିଲ୍ଲୀରେ ନୁହେଁ, ଏନସିଆରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପଡ଼ିଛି। ଗୁରୁଗ୍ରାମରେ CNG ଦର ୯୨.୦୧ ଟଙ୍କା, ଗାଜିଆବାଦରେ ୯୫.୫୯ ଟଙ୍କା ଏବଂ ମେରଠରେ ୯୫.୪୭ ଟଙ୍କା ପ୍ରତି କେଜି ହୋଇଛି। ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ସଙ୍କଟ ଯୋଗୁଁ ଗ୍ୟାସ୍‌ ଯୋଗାଣ ଓ ପରିବହନ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ହୋଇଛି।ବିଶେଷକରି ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଦେଇ ଏନର୍ଜି କାର୍ଗୋ ପରିବହନରେ ବାଧା ଓ ଅନିଶ୍ଚିତତା ଅନ୍ତର୍ଜାତୀୟ ଏଲଏନଜି ବଜାରକୁ ପ୍ରଭାବିତ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button