କାର୍‌ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବର:  ବ୍ରହ୍ମପୁର ହଳଦିଆପଦର ବସ୍‌ ଟର୍ମିନାଲ ନିକଟରେ ଥିବା ଏକ କାର୍‌ ସୋରୁମ୍‌ରେ ଶନିବାର ହଠାତ୍‌ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ିଯିବା ସହ ସୋରୁମ୍‌ରୁ ପ୍ରବଳ କଳା ଧୂଆଁ ବାହାରିଥିଲା। ଫଳରେ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ନିଆଁର ଭୟାବହତାକୁ ଦୃଷ୍ଟିରେ ରଖି ଏକାଧିକ ଦମକଳ ଗାଡ଼ିକୁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ସୂଚନା ଅନୁସାରେ, ୧୦ରୁ ଅଧିକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଜୋରଦାର ଉଦ୍ୟମ ଚଳାଇଛନ୍ତି। ସୋରୁମ୍‌ ଭିତରେ ନିଆଁ ଦ୍ରୁତଗତିରେ ବ୍ୟାପିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ନିଆଁ ଯେପରି ଆଖପାଖ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସତର୍କତାର ସହ ପଦକ୍ଷେପ ନିଆଯାଉଛି। ଘଟଣାସ୍ଥଳରେ ଏତେ ସଂଖ୍ୟକ ଦମକଳ ଗାଡ଼ି ମୁତୟନ ହୋଇଥିବାରୁ ଅଗ୍ନିକାଣ୍ଡର ଭୟାବହତା ସ୍ପଷ୍ଟ ହେଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button