ସମୂହ ଛୁଟିରେ ଯିବେ ରେଭେନ୍ସା ଅଧ୍ୟାପକ; କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ନିଷ୍ପତ୍ତି

ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଅସନ୍ତୋଷ ତୀବ୍ର ରୂପ ନେଇଛି। ଆସନ୍ତାକାଲି ‘ରେଭେନ୍ସା ଶିକ୍ଷକ ସଂଘ’ ର ୮୦ରୁ ଉର୍ଦ୍ଧ୍ୱ ଅଧ୍ୟାପକ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। କଳାବ୍ୟାଜ୍‌ ପିନ୍ଧି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେବାକୁ ଶିକ୍ଷକ ସଂଘ ଚେତାବନୀ ଦେଇଛି। ପୂର୍ବତନ ଚିଫ୍‌ ୱାର୍ଡେନ୍‌ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ ସଦର ବିଧାୟକ ପ୍ରକାଶ ସେଠୀ ଦୁର୍ବ୍ୟବହାର କରିଥିବା ନେଇ ବୃଦ୍ଧି ପାଇଥିବା ବିବାଦ ଆଜି ବି ଅସମାହିତ ରହିଛି। ବିଧାୟକ ଆଣିଥିବା ଅଭିଯୋଗ ପ୍ରତ୍ୟାହାର କରିବା ସହ ବିଶ୍ୱବିଦ୍ୟାଳୟର ସମସ୍ତ ହଷ୍ଟେଲର ୱାର୍ଡେନ୍‌ ଓ ଡେପୁଟି ୱାର୍ଡେନ୍‌ଙ୍କ ବଦଳିକୁ RUTA କଡ଼ା ବିରୋଧ କରିଛି। ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରୁ ରାଜନୈତିକ ଚାପ ଦୂର କରିବା ଏବଂ ଅଧ୍ୟାପକଙ୍କୁ ସମ୍ମାନଜନକ କାର୍ଯ୍ୟ ପରିବେଶ ଯୋଗାଇ ଦେବାକୁ ସଂଘ ଦାବି କରିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପଦକ୍ଷେପରେ ସନ୍ତୁଷ୍ଟ ନହୋଇ ସଂଘ ଏହି ପ୍ରତିବାଦାତ୍ମକ ପଦକ୍ଷେପ ଗ୍ରହଣ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button