ଏସସିବି ମେଡ଼ିକାଲରେ ୧.୪୦ କୋଟି ଟଙ୍କା ହେରଫେର ଅଭିଯୋଗ, ଡାଟା ଏଣ୍ଟ୍ରି ଅପରେଟର ଗିରଫ

ଭୁବନେଶ୍ବର: କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ଆର୍ଥିକ ହେରଫେର ଅଭିଯୋଗରେ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତ ଗିରଫ । ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ମେଡିକାଲ କଲେଜର କର୍ମଚାରୀମାନଙ୍କ ଦରମା ସମ୍ପର୍କିତ ତଥ୍ୟ ଓ କାର୍ଯ୍ୟ ଡାଟା ଏଣ୍ଟ୍ରି ଅପରେଟରଙ୍କ ଜରିଆରେ ପରିଚାଳିତ ହେଉଥିଲା। ଅଡିଟ୍ ରିପୋର୍ଟରେ ଦରମା ସମ୍ପର୍କିତ ତଥ୍ୟରେ ହେରଫେର କରାଯାଇଥିବା ଏବଂ ଏହା ମାଧ୍ୟମରେ ବଡ଼ ଧରଣର ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଏସସିବି ଅଧୀକ୍ଷକଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button