ମହଙ୍ଗା ହେଲା ସିଗାରେଟ୍‌, ପ୍ୟାକେଟ୍‌ ପିଛା ବଢ଼ିଲା ୧୦ ଟଙ୍କା

ଭୁବନେଶ୍ୱର: ଧୂମପାନ କରିବା ଏଣିକି ଆହୁରି ମହଙ୍ଗା ହେବାକୁ ଯାଉଛି। ଦେଶର ପ୍ରମୁଖ ଖାଉଟି ସାମଗ୍ରୀ ନିର୍ମାତା ସଂସ୍ଥା ଆଇଟିସି ଏହାର ଲୋକପ୍ରିୟ ବ୍ରାଣ୍ଡ୍‌ ଗୋଲ୍ଡ ଫ୍ଲେକ୍‌ ପ୍ରିମିୟମ୍‌ ସିଗାରେଟ୍‌ର ମୂଲ୍ୟ ବୃଦ୍ଧି କରିଛି। ନୂତନ ଦର ଲାଗୁ ହେବା ଫଳରେ ଏଣିକି ୧୦ଟି ସିଗାରେଟ୍‌ ଥିବା ଗୋଟିଏ ପ୍ୟାକେଟ୍‌ କିଣିବାକୁ ଗ୍ରାହକଙ୍କୁ ୧୨୫ ଟଙ୍କା ବଦଳରେ ୧୩୫ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ୍‌ ଗୋଟିଏ ପ୍ୟାକେଟ୍‌ ପିଛା ସିଧାସଳଖ ୧୦ ଟଙ୍କା ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମଧ୍ୟରେ କମ୍ପାନୀ ପକ୍ଷରୁ ଏହା ଦ୍ୱିତୀୟ ଥର ପାଇଁ ଦର ବୃଦ୍ଧି କରାଯାଇଛି। ବର୍ଷ ଆରମ୍ଭରେ ୧୦ଟି ସିଗାରେଟ୍‌ ଥିବା ଏହି ପ୍ୟାକେଟ୍‌ର ମୂଲ୍ୟ ୧୧୫ ଟଙ୍କା ରହିଥିଲା। ପରବର୍ତ୍ତୀ ସମୟରେ କମ୍ପାନୀ ଏହାକୁ ୧୦ ଟଙ୍କା ବଢ଼ାଇ ୧୨୫ ଟଙ୍କା କରିଥିଲା। ଏବେ ପୁଣି ଥରେ ୧୦ ଟଙ୍କା ବୃଦ୍ଧି ପାଇବା ପରେ ଏହାର ବଜାର ଦର ୧୩୫ ଟଙ୍କାରେ ପହଞ୍ଚିଛି। ବାରମ୍ବାର ମୂଲ୍ୟ ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ପକେଟ୍‌ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବାକୁ ଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button