ମାଓବାଦୀଙ୍କ ବର୍ବରତା: ୨ ଛାତ୍ରଙ୍କୁ କଲେ ହତ୍ୟା

ସୁକମା:କିଛି ଦିନର ନିରବତା ପରେ ପୁଣି ଏକ ବର୍ବରକାଣ୍ଡ ଭିଆଇଛନ୍ତି ମାଓବାଦୀ ।   ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ ମିଲପାଲି ଜଙ୍ଗଲରେ ପୁଲିସ ଇନଫର୍ମର ସନ୍ଦେହରେ ୨ ଛାତ୍ରଙ୍କୁ ହତ୍ୟା କଲେ  ମାଓବାଦୀ। ଦାନ୍ତେୱାଡ଼ା-ବିଜାପୁର-ସୁକମା ସୀମାନ୍ତ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ଏହି ଦୁଇ ଛାତ୍ରଙ୍କୁ ହତ୍ୟା କରିଥିବା ସୁକ୍‌ମା ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୋମବାର ସକାଳେ ମିଲପାଲି ଜଙ୍ଗଲରେ ୨ ଜଣଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ହତ୍ୟାର ଶିକାର ହୋଇଥିବା ଦୁଇ ଛାତ୍ର ପୁଲିସ ଇନଫର୍ମର ଭାବେ କାର୍ୟ୍ୟ କରୁଥିବା ସନ୍ଦେହ କରି ମାଓବାଦୀମାନେ ଉଭୟଙ୍କୁ ସେମାନଙ୍କ ଘରୁ ଡାକି ନେଇଥିଲେ। ପରେ ସେମାନଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button