ଇଣ୍ଡି ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଅ ଅଭିଯାନ’: ଅକ୍ଟୋବର ୨ରୁ ୮ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: ସାରା ଦେଶରେ ‘ଗଣତନ୍ତ୍ର ବଞ୍ଚାଅ ଅଭିଯାନ’ କରିବାକୁ ଘୋଷଣା କରିଛି ବିରୋଧୀ ‘ଇଣ୍ଡି’ ମେଣ୍ଟ। ଆସନ୍ତା ଅକ୍ଟୋବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ବିରୋଧୀ ଦଳଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ଖର୍ଗେଙ୍କ କହିବା ଅନୁଯାୟୀ, ଅକ୍ଟୋବର ୨ ରୁ ୮ ତାରିଖ ମଧ୍ୟରେ ଦେଶର ପ୍ରତ୍ୟେକ ଜିଲ୍ଲା ସ୍ତରରେ ଜିଲ୍ଲା ମାଜିଷ୍ଟ୍ରେଟ୍ (DM) ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ଅଭିଯାନ ମାଧ୍ୟମରେ ବିରୋଧୀ ଦଳଗୁଡ଼ିକ ଉଠାଉଥିବା ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ବିଷୟରେ ଆମ ଜନସାଧାରଣଙ୍କୁ ସଚେତନ କରାଯିବ। ଏହାବାଦ୍, ଅକ୍ଟୋବର ୬ ତାରିଖରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ବିରୋଧୀ ସାଂସଦ ଏବଂ ଗଣତନ୍ତ୍ରପ୍ରେମୀ ନେତାମାନେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରାରେ ସାମିଲ ହେବେ। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବିରୋଧୀ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ଏହି ସାକ୍ଷାତକାର ସମୟରେ ନିର୍ବାଚନ ପ୍ରକ୍ରିୟା ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ସୁରକ୍ଷାକୁ ନେଇ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button