ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା

ଭୁବନେଶ୍ବର:ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା ।  ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ଉପସ୍ଥିତି ଜାଣିବା ପାଇଁ ଏହାକୁ ଲଗାଯିବ । ଏହି ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ।  ୨୦୨୩-୨୪ ଆର୍ଥିକ ବର୍ଷରୁ ପାଇଲଟ ପ୍ରକଳ୍ପ ଆଧାରରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହା କାର୍ୟ୍ୟକାରୀ କରାଯିବ। ପରବର୍ତ୍ତୀ ସମୟରେ ପିଏଚସି ଓସିଏଚସିରେ ମଧ୍ୟ ଲାଗୁ ହେବ ବାୟୋମେଟ୍ରିକ୍ ବ୍ୟବସ୍ଥା। ଆଉ ୩୦ ମିନିଟ୍ ନୁହେଁ, ୨୦ ମିନିଟ ଭିତରେ ରୋଗୀଙ୍କ ପାଖରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ। ଏଥିପାଇଁ ୨୦୨୩-୨୪ରେ ୨୩୬ଟି ନୂଆ ଆମ୍ବୁଲାନ୍ସ ୧୦୮ରେ ଯୋଡ଼ିହେବ। ଏଥିପାଇଁ ବଜେଟରେ ୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷ ୧୪୭ ନିର୍ବାଚନ ମଣ୍ଡଳୀରେ ଖୋଲିବ ଆମ ହସ୍ପିଟାଲ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ସଦର ଚିକିତ୍ସାଳୟଗୁଡ଼ିକୁ ଏଥିଲାଗି ବଛାଯାଇଛି। ୯ ମାସ ମଧ୍ୟରେ କାର୍ୟ୍ୟକ୍ଷମ ହେବ ଆମ ହସ୍ପିଟାଲ। ୭୫୦ କୋଟି ଟଙ୍କା ବ୍ୟୟରେ ଉନ୍ନତିକରଣ ହେବାକୁ ଥିବା ଆମ ହସ୍ପିଟାଲରେ ରୋଗୀଙ୍କୁ ସବୁ ମୌଳିକ ସ୍ଵାସ୍ଥ୍ୟ ସେବା ମିଳିବ। ସେ ଆହୁରି କହିଛନ୍ତି, ୨୦୨୩-୨୪ରେ ୫ ହଜାର ଏମବିବିଏସ୍ ଡାକ୍ତର ଓ ୯ ହଜାର ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର। ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ପିଏଚସି ଓସିଏଚସିରେ ଏମବିବିଏସ୍ ଡାକ୍ତର ଥିବେ। ପୂର୍ବରୁ ଗତ ୫ ବର୍ଷରେ ୪ ହଜାର ଡାକ୍ତରଙ୍କୁ ଓ ଗତ ୩ ବର୍ଷରେ ୯ ହଜାରରୁ ଅଧିକ ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button