କିମ୍ ଜୋଙ୍ଗ୍ ଉନ୍‌ଙ୍କ ଅଜବ ନିଷ୍ପତ୍ତି; ‘ଜୁ-ଏଇ’ ନାମରେ ପରିଚିତ ହେବେନି କୌଣସି ମହିଳା ଓ ଯୁବତୀ

ଉତ୍ତର କୋରିଆ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ନାମରେ ନାମିତ ଯୁବତୀ ଏବଂ ମହିଳାଙ୍କୁ ନିଜ ନାମ ବଦଳାଇବା ପାଇଁ ବାଧ୍ୟ କରାଯାଉଛି । ରିପୋର୍ଟ ଅନୁସାରେ, ଉତ୍ତର କୋରିଆର ଅଧିକାରୀମାନେ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ନାମରେ ପରିଚିତ ଥିବା ଯୁବତୀ ଏବଂ ମହିଳାମାନଙ୍କୁ ନିଜର ପରିଚୟ ବଦଳାଇବାକୁ ବାଧ୍ୟ କରୁଛନ୍ତି । କହି ରଖୁଛୁ ଯେ କିମ୍ ଜୋଙ୍ଗ୍‌ଙ୍କ ଝିଅର ନାମ ଜୁ-ଏଇ । ତାଙ୍କ ବୟସ ୧୦ ବର୍ଷ । ବିଶ୍ୱାସ କରାଯାଉଛି କି, ନୂଆ ଆଦେଶ ଏହାର ରହସ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ କରାଯାଇଛି । ଫକ୍ସ ନ୍ୟୁଜ୍ ଫ୍ରି ରେଡିଓ ଏସିଆର ଦୁଇ ନାମହୀନ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ କହିଛି ଯେ ଜୁ-ଏଇ ନାମଧାରୀ ମହିଳାମାନଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ବଦଳାଇବାକୁ ସ୍ଥାନୀୟ ସରକାର ଆଦେଶ ଜାରି କରିଛନ୍ତି । ଗତକାଲି ଜୋଙ୍ଗଜୁ ସହରର ସୁରକ୍ଷା ମନ୍ତ୍ରଣାଳୟ ‘ଜୁ-ଏଇ’ ନାମଧାରୀ ସମସ୍ତ ନାଗରିକଙ୍କୁ ପଞ୍ଜୀକରଣ ଅଫିସ୍ ଡକାଇଥିଲା । ମହିଳା ଏବଂ ଝିଅମାନଙ୍କୁ ନାମ ବଦଳାଇବାକୁ ଅଧିକାରୀମାନେ ଏକ ସପ୍ତାହ ସମୟ ଦେଇଛନ୍ତି । ତେବେ କିମ୍ ଜୋଙ୍ଗ୍ ଏଥି ପୂର୍ବରୁ ବି ଏ ପ୍ରକାରର ଆଦେଶ ଲାଗୁ କରି ସାରିଛନ୍ତି । ସାଉଥ୍ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଉତ୍ତର କୋରିଆ ଐତିହାସିକ ନିଷ୍ପତ୍ତି ନେବାକୁ ଯାଇ ନାଗରିକମାନଙ୍କୁ ନେତା ଏବଂ ତାଙ୍କ ପରିବାର ଲୋକଙ୍କ ସମାନ ନାମ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲା । ସରକାର ନିଜ ନିଷ୍ପତ୍ତିକୁ ରକ୍ଷା କରି କହିଥିଲେ କି ନିଜ ନେତାମାନଙ୍କୁ ସମ୍ମାନ ଦେବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button