ସୌମ୍ୟରଞ୍ଜନ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ମାରାଥନ୍ ଜେରା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାର ଖୋଳତାଡ଼ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଘଟଣାର ପର୍ଦ୍ଦାଫାଶ କରିବା ସହ ଅଧିକ ପ୍ରମାଣ ଏକଜୁଟ କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ପ୍ରକ୍ରିୟାକୁ ଦ୍ରୁତ କରିଛି। ଏହି ହତ୍ୟା ମାମଲାରେ ସଂପୃକ୍ତ ସମସ୍ତ ୨୦ ଜଣ ଅଭିଯୁକ୍ତ ବର୍ତ୍ତମାନ ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରେ ଅଛନ୍ତି। ସେମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ମାରାଥନ୍ ପଚରାଉଚରା କରାଯାଉଛି। କୋର୍ଟଙ୍କ ସ୍ୱତନ୍ତ୍ର ଅନୁମତି କ୍ରମେ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଏକ ଦୁଇ ଜଣିଆ ଟିମ୍ ମଧ୍ୟାହ୍ନରେ ଝାରପଡ଼ା ଜେଲ୍‌ରେ ପହଞ୍ଚି ଏହି ଜେରା ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ଏହା ପଛର ସୂତ୍ରଧାରଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କ ସହ ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ଲୋକଙ୍କ ବୟାନ ରେକର୍ଡ କରୁଛି। ଏହି ଜେରା ବେଳେ କିଛି ବଡ଼ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିବ ବୋଲି ତଦନ୍ତକାରୀ ସଂସ୍ଥା ଆଶା ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button