ଫ୍ରେସର୍ ପାର୍ଟି ଲୁକ୍

ଆଜିକାଲି କମ୍ ବୟସର ଝିଅମାନଙ୍କର ଷ୍ଟାଇଲ୍ ଓ ଫ୍ୟାସନ୍ ଉପରେ ସବୁଠାରୁ ଅଧିକ ଜ୍ଞାନ ଥିବାର ଦେଖାଯାଏ । ମେକଅପ୍ ହେଉ ବା ଡ୍ରେସିଂ ସେନ୍ସ, କଲେଜ ପଢୁଆ ଝିଅମାନେ ନିଜର ଲୁକ୍ସ ଉପରେ ବିଶେଷ ପ୍ରକାରର ଧ୍ୟାନ ଦିଅନ୍ତି । ଏପରି ସ୍ଥଳେ କଲେଜରେ ହେଉଥିବା ସବୁ ଫଙ୍କସନ୍ରେ ଭାଗ ନେବା ଏମାନଙ୍କ ପାଇଁ ବହୁତ ଜରୁରୀ ହୋଇଯାଏ । ଏଥିମଧ୍ୟରୁ ଅନ୍ୟତମ ହେଲା ଫ୍ରେସର୍ ପାର୍ଟି । ଫ୍ରେସର୍ ପାର୍ଟିରେ ଝିଅମାନେ ପ୍ରାୟତଃ ଶାଢ଼ି ପିନ୍ଧିବାର ଦେଖାଯାଏ । କିନ୍ତୁ ଏମାନଙ୍କ ମଧ୍ୟରେ ଏପରି କିଛି ଝିଅ ଥାଆନ୍ତି ଯେଉଁମାନେ ସଜେଇ ହେବାକୁ ଖୁବ୍ ଭଲ ପାଆନ୍ତି । ଏଥିପାଇଁ ଫ୍ରେସର୍ ପାର୍ଟିରେ ଝିଅମାନେ କେଉଁ ପ୍ରକାରର ଶାଢ଼ି ପିନ୍ଧିବା ଉଚିତ ଯେଉଁଥିରେ ସେମାନେ ଆହୁରି ସୁନ୍ଦର ଦେଖାଯିବେ ସେ ବିଷୟରେ ଜାଣିବା ।
ପଫ୍ ସ୍ଲିଭ୍ସ-ବଜାରରେ ଏପରି ଅନେକ ଡିଜାଇନ୍ ଆପଣ ପାଇଯିବେ । କିନ୍ତୁ ପ୍ଲେନ୍ ଶାଢ଼ି ଯଦି ପିନ୍ଧିବାକୁ ପସନ୍ଦ କରନ୍ତି ତେବେ ପଫ୍ ସ୍ଲିଭ୍ସ ଡିଜାଇନ୍ବାଲା ବ୍ଲାଉଜ୍ ଶାଢ଼ି ସହିତ ପିନ୍ଧନ୍ତୁ । ଏପରି କରିଲେ ଆପଣ ବହୁତ କ୍ଲାସି ଓ ମିନିମଲ୍ ଲୁକ୍ ପାଇବେ । ଏହା ସହିତ ସିଲ୍ଭର୍ ଜ୍ୱେଲେରୀକୁ ଷ୍ଟାଇଲ୍ କରି ମେକଅପ୍କୁ ନ୍ୟୁଡ୍ ରଖନ୍ତୁ । ମେକଅପ୍ ଓ ବ୍ଲାଉଜ୍ ଆପଣଙ୍କୁ ଟ୍ରେଣ୍ଡି ଓ ଷ୍ଟାଇଲିଶ୍ ଲୁକ୍ ଦେବ ।
ରଫଲ୍ ଶାଢ଼ି- ଯଦି କିଛି ଭିନ୍ନ ଲୁକ୍ ପାଇବାକୁ ଚାହୁଁଛନ୍ତି ତେବେ ରଫଲ୍ ଡିଜାଇନ୍ର ଚୟନ କରି ଦେଖନ୍ତୁ । ରଫଲ୍ ଶାଢ଼ି ଦେଖିବାକୁ ବହୁତ ଷ୍ଟାଇଲିଶ୍ ଦେଖାଯାଏ । ଏହିପରି ଶାଢ଼ିରେ ହୀରା ବା ଅନ୍ୟ ଦାମୀ ପଥରର ଜ୍ୱେଲେରୀ ପିନ୍ଧିବେ । ହେୟାର୍ ଷ୍ଟାଇଲ୍ ପାଇଁ ଓପନ୍ କଲ୍ସର ଚୟନ କରନ୍ତୁ । ଭିନ୍ନ ଲୁକ୍ ପାଇଁ ବେଲ୍ଟର ବ୍ୟବହାର କରିପାରନ୍ତି ।
ପ୍ଲେନ୍ କଳା ବ୍ଲାଉଜ୍-କଳା ରଙ୍ଗ ସବୁବେଳେ କ୍ଲାସି ଲୁକ୍ ଦିଏ । ଯଦି ପାର୍ଟିରେ ବୋଲ୍ଡ ଓ କ୍ଲାସି ଲୁକ୍ ପାଇବାକୁ ଚାହାନ୍ତି ତେବେ ଏହିପରି ପ୍ଲେନ୍ ଲୁକ୍ ଟ୍ରାଏ କରନ୍ତୁ । ଆଖିରେ ମେକ୍ଅପ୍ ପାଇଁ କଳା ରଙ୍ଗର କାଜଲ୍ର ବ୍ୟବହାର କରିବେ । ଲିପ୍ସ ପାଇଁ ବ୍ରାଉନ୍ ନ୍ୟୁଡ୍ ରଙ୍ଗର ଚୟନ କରିବା ସହିତ ସିଲ୍ଭର୍ ରଙ୍ଗର ଚୋକର୍ ପିନ୍ଧନ୍ତୁ । ଏହା ସହିତ ସ୍ଲିକ୍ ବ୍ୟାକ୍ ଓପନ୍ ହେୟାର୍ ଷ୍ଟାଇଲ୍ ଟ୍ରାଏ କରିବେ ।