ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଖୋଲିବ କ୍ୟାମ୍ପସ ରେଡିଓ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଖୋଲିବ କ୍ୟାମ୍ପସ୍‌ ରେଡିଓ । ଆଗକୁ ବିଶ୍ବବିଦ୍ୟାଳୟରେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ (JMC) ବିଭାଗରେ ସ୍ନାତକ (UG) ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭାଗ (JMC) ଦ୍ୱାରା ଆୟୋଜିତ ବାର୍ଷିକ ମିଡିଆ ଫେଷ୍ଟ ‘MediAntar 2026’ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହା ଘୋଷଣା କରିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୂରଜ କହିଛନ୍ତି ଯେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାମ୍ପସ ରେଡିଓ ଆରମ୍ଭ ହେବେ । ଏଥିରେ ଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଏହାର ନେତୃତ୍ୱ ନେବ । କ୍ୟାମ୍ପସ ରେଡିଓ ପାଇଁ ସମସ୍ତଙ୍କ ଆଗ୍ରହ ରହିଥିଲା । ଏନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପ୍ରସ୍ତାବ ଦେବା ପାଇଁ କୁହାଯାଇଛି । ସେହିପରି ରମାଦେବୀ ୟୁନିଭର୍ସିଟିରେ 2020ରେ ଆରମ୍ଭ ହୋଇଥିବା ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ କେବଳ ପିଜି ପାଠ୍ୟକ୍ରମ ରହିଛି । ଆଗାମୀ ଦିନରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଚାଲିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button