ଦୁଇଟି ଡୋଜ ଟିକା ନେବା ପରେ ବି ସଂକ୍ରମିତ ହେଇ ପାରନ୍ତି ଲୋକେ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଡବଲ ଡୋଜ ଟୀକା ନେବା ପରେ ମଧ୍ୟ ଲୋକଙ୍କୁ ହୋଇପାରେ କରୋନା | ତେଣୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଠିକ୍ ଭାବେ ଅନୁପାଳନ କରନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି |

‘ଭ୍ୟାକ୍ସିନ ନେବା ପରେ କୋଭିଡ ହେବନି ଏପରି କିଛି ନାହିଁ | ଭ୍ୟାକ୍ସିନ ୭୦ରୁ ୯୦ ପ୍ରତିଶତ ମଧ୍ୟରେ କାର୍ଯ୍ୟ କରୁଛି | ଟିକା ନେବା ଦ୍ୱାରା ଆମ ଦେହରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ’ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି |

ସେ ଆହୁରି ମଧ୍ୟ କହିଛନ୍ତି କି, ‘ଆମ ପରିବେଶରେ ଯେହେତୁ ସଂକ୍ରମଣ ରହିଛି ତେଣୁ ସଂକ୍ରମଣ ହେବ | ଡବଲ ଡୋଜ ନେବା ପରେ ରୋଗୀ ଗୁରୁତର ହେବାର ସମ୍ଭାବନା କମ ଥାଏ | ଡବଲ ଡୋଜ ଟିକା ନେବା ପରେ ରାଜ୍ୟରେ କିଛି ଲୋକ ସଂକ୍ରମିତ ହେଉଛନ୍ତି | ତାକୁ ଦୃଷ୍ଟିରେ ରଖି ସରକାର ଟେକନିକାଲ କମିଟି ଗଠନ କରିଛନ୍ତି | ଆମ ରାଜ୍ୟ ଏବେ ସ୍ଥିର ସ୍ଥିତିରେ ଅଛି | ତେଣୁ ଟିକା ନେବା ପରେ ବି ସମସ୍ତେ କରୋନା ଗାଇଡଲାଇନକୁ ଠିକ୍ ଭାବେ ପାଳନ କରନ୍ତୁ | ତୃତୀୟ ଲହର ଆସିବା ନେଇ କେବଳ ଆକଳନ କରାଯାଉଛି | ମାତ୍ର ଏଥିପାଇଁ ଆମେ ଭୟଭୀତ ହେବା ନାହିଁ | ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି’ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି |

Related Articles

Leave a Reply

Your email address will not be published.

Back to top button