ପାକିସ୍ତାନ ସୀମାରେ ଖଞ୍ଜା ଯିବ AK 360 ଏୟାର ଡିଫେନ୍ସ ବନ୍ଧୁକ

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ଖଞ୍ଜା ଯିବ AK 360 ଏୟାର ଡିଫେନ୍ସ ବନ୍ଧୁକଏହି ବନ୍ଧୁକକୁ ଗୋଟିଏ ଟ୍ରେଲରରେ ଖଞ୍ଜାଯିବ ଓ ଉଚ୍ଚ ସ୍ଥାନରେ ରଖାଯିବ। ଏକେ ୩୬୦ ଏୟାର ଡିଫେନ୍ସ ଗନର ଲକ୍ଷ୍ୟଭେଦ କ୍ଷମତା ୪ କିମି ଓ ଏଥିରୁ ପ୍ରତି ମିନିଟରେ ୩ ହଜାର ରାଉଣ୍ଡ ଗୁଳି ମାଡ଼ କରାଯାଇ ପାରିବ।ମିଶନ ସୁଦର୍ଶନ ଚକ୍ର ଅଧୀନରେ ଏହି ଅତ୍ୟାଧୁନିକ ବନ୍ଧୁକ ସୀମାରେ ଲାଗିବ URAM (ମାନବହୀନ ଯାନ, ରକେଟ୍, ତୋପ ଓ ମୋର୍ଟାର)ରୁ ସୃଷ୍ଟି ହେଉଥିବା ବିପଦକୁ ଏହି ବନ୍ଧୁକ ପ୍ରତିହତ କରିବ। ଏହାକୁ ଅନ୍ତର୍ଜାତୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରମୁଖ ସ୍ଥାନଗୁଡ଼ିକର ସୁରକ୍ଷା ପାଇଁ ବ୍ୟବହାର କରାଯିବ।