ନିଖିଳ ଉତ୍କଳ ବୈଦିକ ପରିଷଦର ୫୧ତମ ସଭା

ଜଟଣୀ: ରବିବାର ଭାଦ୍ରବମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ଜଟଣୀ ଆଖଣ୍ଡଳମଣି ଦେବଙ୍କଙ୍କ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ବୈଦିକ ପରିଷଦର ୫୧ତମ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପରିଷଦର ସଭାପତି ପଣ୍ଡିତ ଚିତ୍ତରଞ୍ଜନ ନନ୍ଦଙ୍କ ସଭାପତିତ୍ବରେ, ଚେୟାରମ୍ୟାନ ପଣ୍ଡିତ ବିଭୁପ୍ରସାଦ ଶତପଥୀଙ୍କ ପୌରୋହିତ୍ୟରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ସଭାରେ ବିଭିନ୍ନ ଅଞ୍ଚଳରୁ ବହୁ ପଣ୍ଡିତ ମାନେ ଯୋଗ ଦେଇଥିଲେ । ଜାଁଳାରୁ ପଣ୍ଡିତ ପ୍ରଭଞ୍ଜନ ମହାପାତ୍ର,ପଣ୍ଡିତ ଅରବିନ୍ଦ ମହାପାତ୍ର, ଜଟଣୀରୁ ବିଜୁ ଭାଇନା,ସୀତାକାନ୍ତ ଶତପଥୀ, ଚିତ୍ତରଞ୍ଜନ ଭାଇନା,ପଣ୍ଡିତ ଅମୂଲ୍ୟ ଦାଶ,ପଣ୍ଡିତ ସୁନିଲ ପାଢି, ଦାରୁଠେଙ୍ଗ ଗ୍ରାମରୁ ପଣ୍ଡିତ ମହେଶ୍ୱର ଭାଇନା,ଅଜିତ କୁମାର ଶତପଥୀ, ପଣ୍ଡିତ ନାରାୟଣ ଦାଶ,ସୁଶାନ୍ତ ଦାଶ,ନିଆଳରୁ ପଣ୍ଡିତ ଗଣେଶ୍ୱର ମିଶ୍ର,ଲୁଲୁ ଭାଇନା,ପଣ୍ଡିତ ବିନୟ କୁମାର ବତ୍ସସ୍ୟ ଓ ନୂତନ ଭାବେ ଜଟଣୀର “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର କୁମାର ଶତପଥୀ ଆଦି ବିଦ୍ୱାନ ବ୍ରାହ୍ମଣ ମାନଙ୍କ ସମାଗମ ହୋଇଥିଲା । ଏହି ସଭାରେ ପ୍ରାୟ ୪୦ରୁ ଅଧିକ ବ୍ରାହ୍ମଣ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ବ୍ରାହ୍ମଣ ମାନଙ୍କ ମୌଳିକ ସମସ୍ୟା ଆଲୋଚନା କରାଯିବ ବେଳେ ସମାଧାନ କିପରି କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିଵା ସହ ନୂତନ ସଦସ୍ୟ ମାନଙ୍କୁ ସ୍ବାଗତ କରାଯାଇଥିଲା । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ନିକଟରେ ବ୍ରାହ୍ମଣ ମାନଙ୍କର ସମସ୍ୟା ଉପସ୍ଥାପନ କରାଯିବ ସେ ବିଷୟରେ ଗଭିର ଆଲୋକ ପାତ କରାଯାଇଥିଲା । ଏହି ସଭାରେ ବହୁ ବିଦ୍ୱାନ ପଣ୍ଡିତଙ୍କ ଦ୍ଵାରା ବେଦ ବେଦାନ୍ତ ଓ ଶାସ୍ତ୍ର ବିଷୟରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ପରିଷଦ ଦ୍ବାରା ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ବ୍ରତୋପନୟନ ଓ କର୍ମକାଣ୍ଡ ତଥା ବେଦ ଅଧ୍ୟୟନ ନିଃଶୁଳ୍କ ରେ କରାଯିବା ପାଇଁ ସମସ୍ତ ସଦସ୍ୟଙ୍କ ସମ୍ମତି କ୍ରମେ ସ୍ଥିର କରାଗଲା ।

Related Articles

Leave a Reply

Your email address will not be published. Required fields are marked *

Back to top button