ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ରାଜ୍ୟ ସରକାର ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ଏଥିପାଇଁ ଆଗୁଆ ମୌସୁମୀ ପ୍ରବେଶକୁ ଦାୟୀ କରାଯାଇଛି। ବୁଧବାର ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ନେଇ ରାଜ୍ୟ ନିର୍ବାଚନ କମିସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୪୩ ସରପଞ୍ଚ, ୨୭୨ ୱାର୍ଡ ସଭ୍ୟ ପାଇଁ ଉପନିର୍ବାଚନ ହେବାର ଥିଲା। ଆସନ୍ତାକାଲି ୨୨ ମେ’ ୨୦୨୫ରେ ବ୍ଲକ, ପଞ୍ଚାୟତ, ୱାର୍ଡରେ ନୋଟିସ୍ ଜାରି ହେବ। ଆସନ୍ତା ୨୬ରୁ ୩୧ ତାରିଖ ଯାଏ ନାମାଙ୍କନ ଦାଖଲ ହେବାରଥିଲା। ମେ’ ୨୬, ୨୮, ୨୯, ୩୦ ଏବଂ ୩୧ ତାରିଖରେ ପ୍ରାର୍ôଥପତ୍ର ଦାଖଲ ହୋଇଥାନ୍ତା। ଜୁନ୍ ୨ରେ ପ୍ରାର୍ôଥପତ୍ର ଦାଖଲ ହେବା ସହ ୪ରେ ପ୍ରତ୍ୟାହାର ହେବାର ଥିଲା। ଜୁନ୍ ୨୩ରେ ସକାଳ ୭ଟାରୁ ଦିନ ୧ ଯାଏ ହେବ ମତଦାନ କରାଯିବାର ଥିଲା। ୨୪ରେ ବ୍ଲକ୍ ଅଫିସରେ ଭୋଟଗଣତି ହୋଇଥାନ୍ତା। ଶୀଘ୍ର ମୌସୁମୀ ଆସୁଥିବାରୁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ଘୋଷଣା କରାଯାଇଛି। ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀମାନେ ବର୍ଷାଋତୁ ପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ତାରିଖ ସମୟ ଦେଖି ଘୋଷଣା କରାଯିବ।