ଟାକ୍ରୋ ବିଶ୍ୱକପ୍ ୨୦୨୫ରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାଥିବାରୁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିପକ୍ ଟାକ୍ରୋ ବିଶ୍ୱକପ୍ ୨୦୨୫ରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ସିପକ୍ ଟାକ୍ରୋ ଦଳକୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି। ସେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଘରକୁ ଆଣିଥିବାରୁ ଦଳକୁ ପ୍ରଶଂସା ମଧ୍ୟ କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି:

“ସିପକ୍ ଟାକ୍ରୋ ବିଶ୍ୱକପ୍ ୨୦୨୫ରେ ଚମତ୍କାର କ୍ରୀଡା ଉତ୍କର୍ଷତା ପ୍ରଦର୍ଶନ ପାଇଁ ଆମ ଦଳକୁ ଅଭିନନ୍ଦନ! ଏହି ଦଳ ୭ଟି ପଦକ ଆଣିଛି। ପୁରୁଷ ରେଗୁ ଦଳ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବା ସହ ଇତିହାସ ସୃଷ୍ଟି କରିଛି।

ଏହି ଚମତ୍କାର ପ୍ରଦର୍ଶନ ବିଶ୍ୱସ୍ତରୀୟ ସିପକ୍ ଟାକ୍ରୋ କ୍ଷେତ୍ରରେ ଭାରତର ଏକ ଆଶାଜନକ ଭବିଷ୍ୟତକୁ ସୂଚିତ କରୁଛି।”

Related Articles

Leave a Reply

Your email address will not be published. Required fields are marked *

Back to top button