ଆମେରିକା ମିସିସିପିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ ୩ ମୃତ

ନୂଆଦିଲ୍ଲୀ: ଆମେରିକା ମିସିସିପିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏଠାରେ ମେଡିକାଲ ପରିବହନ ନେଇ ଯାଉଥିବା ହେଲିକପ୍ଟର ପାଇଲଟଙ୍କ ସମେତ ଦୁଇଜଣ ହସପିଟାଲ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ କେମିତି ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ହେଲିକପ୍ଟରରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ୟୁନିଭରସିଟି ଅଫ ମିସିସିପି ମେଡିକାଲ ସେଣ୍ଟରରେ ଜଣେ ଅଧିକାରୀ କହିଛନ୍ତି । ଖବର ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରରେ କୌଣସି ରୋଗୀ ନଥିବା ଜଣାପଡିଛି । ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାରକୁ ସୂଚନା ଦିଆଯାଇଛି । ଗୋପନୀୟତା ହେତୁ ମୃତକଙ୍କ ସମ୍ପର୍କରେ କୌଣସି ଘୋଷଣା କରାଯାଇନାହିଁ । ଏଯାବତ୍ ଦୁର୍ଘଟଣାର କାରଣ ମଧ୍ୟ ଜଣାପଡିନାହିଁ। ଘଟଣା ପରେ ବିମାନ ପ୍ରଶାସନର ଅଧିକାରୀମାନେ ଦୁର୍ଘଟଣାଗ୍ରସ୍ତ ସ୍ଥାନରେ ପହଞ୍ଚିଥିଲେ । ଆମେରିକା ମିସିସିପିର ଗଭର୍ଣ୍ଣର ସୋସିଆଲ ମିଡିଆ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବଳିଦାନ କେବେ ବି ଭୁଲି ହେବ ନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଆମେରିକା ପେନସିଲଭାନିଆରେ ଏୟାରକ୍ରାଫ୍ଟ କ୍ରାସ ହୋଇ ୫ ଜଣ ଆହତ ହୋଇଥିଲେ । ପେନସିଲଭାନିଆରେ ଏକ ଛୋଟ ପ୍ରାଇଭେଟ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏୟାରକ୍ରାଫ୍ଟରେ ନିଆଁ ଲାଗି ଖସିପଡ଼ିବାରୁ ୧୨ରୁ ଅଧିକ ଗାଡ଼ି ଜଳିଯାଇଥିଲା । ମେନହେମ ଟାଉନସିପରୁ ୧୨୦ କିଲୋମିଟର ଦୂରରେ ଥିବା ବ୍ରେଥ୍ରେନ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏୟାରକ୍ରାଫଟରେ ଥିବା ୫ଜଣ ଯାତ୍ରୀ ଆହତ ହୋଇଥିଲେ । ଏହି ଏୟାରକ୍ରାଫଟି ଲାଙ୍କଷ୍ଟାର ଏୟାରପୋର୍ଟରୁ ସ୍ପ୍ରିଙ୍ଗଫିଲଡ ଅଭିମୁଖେ ଯାଉଥିଲା । ତେବେ ଦୁର୍ଘଟଣାର କାରଣ କଣ ଜଣାପଡ଼ିନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button