ଶହୀଦନଗର ହାଟ ନିକଟସ୍ଥ ମଲ୍ଟି ଲେବଲ କାର ପାର୍କିଂରେ ଜନତାଙ୍କୁ ଶୋଷଣ

ଭୁବନେଶ୍ବର: ଶହୀଦ ନଗର ହାଟ ସାମ୍ନା ପାଖ ଅଞ୍ଚଳରେ କିଛି ସୁଦୃଶ୍ୟ ନୋ ପାର୍କିଂ ବୋର୍ଡ଼ ଲଗାଯାଇନାହିଁ। କେବଳ ଏକ ଛୋଟ ନୋ ପାର୍କିଂ ବୋର୍ଡ଼ ଏକ ଦୋକାନ କାନ୍ଥରେ ମରାଯାଇଛି ଯାହାକି ଦୋକାନର ପଲିଥିନିରେ ଅଧା ଘୋଡାଇ ହୋଇ ରହିଛି। ଯାହାଫଳରେ କାଁ ଭାଁ କିମ୍ବା ଅନ୍ୟ ସହରରୂ ଆସିଥବା ସାଧାରଣ ଲୋକଟି ଯଦି ଭୁଲଵଶତଃ ସେଠି ରାସ୍ତା କଡ଼ରେ ନିଜର ଗାଡି ରଖିଦେଉଛି ସଙ୍ଗେ ସଙ୍ଗେ ନିକଟରେ ଥିବା ମଲ୍ଟି ଲେବଲ କାର ପାର୍କିଂର କର୍ମଚାରୀମାନେ କାରଗୁଡ଼ିକୁ ଉଠାଇନେଉଛନ୍ତି l ତାଙ୍କ ପାଖରୂ ଗାଡି ମୁକୁଳାଇବାକୁ ହେଲେ ସାଧାରଣ ଜନତାଙ୍କୁ ଏକ ମୋଟା ଅଙ୍କର ରାଣି ୧୨୦୦ ଟଙ୍କା ଦେବାକୁ ପଡୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ବିଏମସି ଏବଂ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ଯେ ହାଟ ସମ୍ମୁଖରେ ସୁଦୃଶ୍ୟ ନୋ ପାର୍କିଂ ବୋର୍ଡ଼ ଲଗାଇବାର ବ୍ୟବସ୍ଥା କରନ୍ତୁ l ସାଧାରଣ ଜନତାଙ୍କୁ ଯେପରି ଡେଙ୍ଗୁ ପ୍ରତିରୋଧ, ଅଳିଆ ସଫା ରଖିବା ପାଇଁ ଯେମିତି ଖବର କାଗଜ ଏବଂ ଅଳିଆ ଉଠା ଗାଡିର ମାଇକ ମାଧ୍ୟମରେ ସଚେତନ କରାଯାଉଛି ସେପରି ନୋ ପାର୍କିଂ ଜୋନ୍‌ ଉପରେ ମଧ୍ୟ ସେହିଭଳି ସଚେତନ କରଯାଉ l ବିଏମସି ଏବଂ ସ୍ମାର୍ଟ ସିଟି କର୍ମଚାରୀ ଯେତିକି ଚଞ୍ଚଳ ଗାଡି ଉଠେଇବାରେ ଲାଗି ଯାଉଛନ୍ତି ସେମିତି ଯଦି ରାସ୍ତାରେ ଥିବା ଖାଲଢିପ, ମୂକୁଳା ଡ୍ରେନ୍‌ ମରାମତି, ରାସ୍ତାରୁ ଗୋରୁ ଗାଈ ଉଠେଇବାରେ ତତ୍ପରତା ଦେଖାନ୍ତେ ଅନେକ ଦୁର୍ଘଟଣା ଟଳିଯାଆନ୍ତା l ସାମ୍ନା ପାଖ ଅଞ୍ଚଳରେ କିଛି ସୁଦୃଶ୍ୟ ନୋ ପାର୍କିଂ ବୋର୍ଡ଼ ଲଗାଯାଇନାହିଁ। କେବଳ ଏକ ଛୋଟ ନୋ ପାର୍କିଂ ବୋର୍ଡ଼ ଏକ ଦୋକାନ କାନ୍ଥରେ ମରାଯାଇଛି ଯାହାକି ଦୋକାନର ପଲିଥିନିରେ ଅଧା ଘୋଡାଇ ହୋଇ ରହିଛି। ଯାହାଫଳରେ କାଁ ଭାଁ କିମ୍ବା ଅନ୍ୟ ସହରରୂ ଆସିଥବା ସାଧାରଣ ଲୋକଟି ଯଦି ଭୁଲଵଶତଃ ସେଠି ରାସ୍ତା କଡ଼ରେ ନିଜର ଗାଡି ରଖିଦେଉଛି ସଙ୍ଗେ ସଙ୍ଗେ ନିକଟରେ ଥିବା ମଲ୍ଟି ଲେବୁଲ କାର ପାର୍କିଂର କର୍ମଚାରୀମାନେ କାରଗୁଡ଼ିକୁ ଉଠାଇନେଉଛନ୍ତି l ତାଙ୍କ ପାଖରୂ ଗାଡି ମୁକୁଳାଇବାକୁ ହେଲେ ସାଧାରଣ ଜନତାଙ୍କୁ ଏକ ମୋଟା ଅଙ୍କର ରାଶି ୧୨୦୦ ଟଙ୍କା ଦେବାକୁ ପଡୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ବିଏମସି ଏବଂ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ଯେ ହାଟ ସମ୍ମୁଖରେ ସୁଦୃଶ୍ୟ ନୋ ପାର୍କିଂ ବୋର୍ଡ଼ ଲଗାଇବାର ବ୍ୟବସ୍ଥା କରନ୍ତୁ l ସାଧାରଣ ଜନତାଙ୍କୁ ଯେପରି ଡେଙ୍ଗୁ ପ୍ରତିରୋଧ, ଅଳିଆ ସଫା ରଖିବା ପାଇଁ ଯେମିତି ଖବର କାଗଜ ଏବଂ ଅଳିଆ ଉଠା ଗାଡିର ମାଇକ ମାଧ୍ୟମରେ ସଚେତନ କରାଯାଉଛି ସେପରି ନୋ ପାର୍କିଂ ଜୋନ୍‌ ଉପରେ ମଧ୍ୟ ସେହିଭଳି ସଚେତନ କରଯାଉ l ବିଏମସି ଏବଂ ସ୍ମାର୍ଟ ସିଟି କର୍ମଚାରୀ ଯେତିକି ଚଞ୍ଚଳ ଗାଡି ଉଠେଇବାରେ ଲାଗି ଯାଉଛନ୍ତି ସେମିତି ଯଦି ରାସ୍ତାରେ ଥିବା ଖାଲଢିପ, ମୂକୁଳା ଡ୍ରେନ୍‌ ମରାମତି, ରାସ୍ତାରୁ ଗୋରୁ ଗାଈ ଉଠେଇବାରେ ତତ୍ପରତା ଦେଖାନ୍ତେ ଅନେକ ଦୁର୍ଘଟଣା ଟଳିଯାଆନ୍ତା l

Related Articles

Leave a Reply

Your email address will not be published.

Back to top button