କୁସ୍ତିରୁ ଅବସର ନେଲେ ବିନେଶ ଫୋଗାଟ

ନୂଆଦିଲ୍ଲୀ: ଭାରତୀୟ ମହିଳା ରେସଲର ବିନେଶ ଫୋଗାଟ ଆଜି ରେସଲିଂରୁ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଦେଶର ସ୍ୱପ୍ନ ଏବଂ ତାଙ୍କର ସାହସ ଭାଙ୍ଗି ଯାଇଛି। ତାଙ୍କର ପାଖରେ ଆଉ ଅଧିକ ଶକ୍ତି ନାହିଁ। ପ୍ୟାରିସ ଅଲିମ୍ପିକ୍ସରୁ ଅଅଯୋଗ୍ୟ ହେବା ପରେ ବିନେଶ ଫୋଗାଟ ବହୁତ ନିରଶ ହୋଇଛନ୍ତି। ଓଜନ ବୃଦ୍ଧି ପରେ ତାଙ୍କୁ ବୁଧବାର ଅଲିମ୍ପିକ୍ସର ଫାଇନାଲ ମ୍ୟାଚରୁ ଅଯୋଗ୍ୟ କରାଯାଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିନେଶ ଫୋଗାଟ ଲେଖିଛନ୍ତି ଯେ, ”ମାଁ ମୋଠାରୁ କୁସ୍ତି ଜିତିଗଲା, ମୁଁ ହାରିଗଲି, କ୍ଷମା କରିବ, ଆପଣଙ୍କ ସ୍ଵପ୍ନ, ମୋ ସାହସ ଭାଙ୍ଗି ଗଲା। ବିଦାୟ କୁସ୍ତି ୨୦୦୧-୨୦୨୪। ଆପଣ ସମସ୍ତଙ୍କ ପାଖରେ ଋଣୀ ରହିବି।” ସ୍ୱର୍ଣ୍ଣ ପଦକ ପ୍ରତିଯୋଗିତାର କିଛି ଘଣ୍ଟା ପୂର୍ବରୁ ବୁଧବାର ସକାଳେ ଓଜନ ପରୀକ୍ଷାରେ ବିଫଳ ହୋଇଥିବାରୁ ବିନେଶ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ଭାରତୀୟ ମହିଳା ରେସଲରଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିଲା।

Related Articles

Leave a Reply

Your email address will not be published.

Back to top button