ସପ୍ତାହନ୍ତ ସଟଡାଉନରେ ଘଣ୍ଟାଏ କୋହଳ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ନେଇ ଶନି ଓ ରବିବାର  ସମସ୍ତ ସହରାଞ୍ଚଳରେ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲି ଠାରୁ ସପ୍ତାହନ୍ତ ସଡଟାଉନ ଆରମ୍ଭ ହେବାକୁ ଯାଉଛି ।  ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଶନିବାର ଓ ରବିବାର  ଉଭୟ ଦିନ ସକାଳେ ଘଣ୍ଟାଏ ଲେଖାଏଁ କୋହଳ ମିଳିବ ।  ମର୍ଣ୍ଣିଂ ୱାକ ଓ ସାଇକ୍ଲିଂ ପାଇଁ ଘଣ୍ଟାଏଁ ଲେଖାଏଁ କୋହଳ ମିଳିବ । ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ  ମର୍ଣ୍ଣିଂ ୱାକ ଓ ସାଇକ୍ଲିଂ ପାଇଁ ଘଣ୍ଟାଏଁ ଲେଖାଏଁ କୋହଳ ମିଳିବ ବୋଲି  ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।  ଏଥିସହ  ସପ୍ତାହାନ୍ତ ସଟଡାଉନ ଲାଗୁ ନେଇ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି ।  ଶନିବାର ସକାଳୁ ହିଁ ସପ୍ତାହାନ୍ତ ସଟଡାଉନ ଆରମ୍ଭ ହେବ ବୋଲି ଶ୍ରୀ ଜେନା କହିଛନ୍ତି । ଆଜି ରାତିର ନାଇଟ କର୍ଫ୍ୟୁ କାଲି ସକାଳୁ ସରିଲେ ସଟଡାଉନ ଆରମ୍ଭ ହେବ ।  ସଟଡାଉନ ସୋମବାର ସକାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଏସଆରସି କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ,  ପଶ୍ଚିମବଙ୍ଗରୁ ଫେରୁଥିବା ବା ଯାଇ ଆସୁଥିବା ଲୋକ କ୍ୱାରେଣ୍ଟାଇନରେ ରହିବେ ।  ନେଗେଟିଭ ରିପୋର୍ଟ  ବା ୨ ଡୋଜ ଟିକା ଥିଲେ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । ହୋମ କ୍ୱାରେଣ୍ଟାଇନ ନିୟମ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋମ କ୍ୱାରେଣ୍ଟାଇନ ନିୟମ ଭଙ୍ଗ କଲେ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ ରହିବାକୁ ପଡ଼ିବ ବୋଲି  ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।

Related Articles

Leave a Reply

Your email address will not be published.

Back to top button