“ତୁରନ୍ତ ମୁଖ୍ୟ ସଚିବଙ୍କୁ ନିଲମ୍ବନ କରନ୍ତୁ”: ଉପ-ରାଜ୍ୟପାଳଙ୍କ ନିକଟକୁ ରିପୋର୍ଟ ପଠାଇଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାରଙ୍କ ଉପରେ ଆଇଏଲବିଏସ୍ ହସ୍ପିଟାଲର ଦୁର୍ନୀତି ଅଭିଯୋଗ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଦୁର୍ନୀତି ଅଭିଯୋଗକୁ ଉପ-ରାଜ୍ୟପାଳର ଭି.କେ ସକ୍ସେନାଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରିପୋର୍ଟ ପଠାଇଛନ୍ତି। ଏହି ରିପୋର୍ଟରେ କେଜ୍ରିୱାଲ ସରକାର ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ହଟାଇବା ଏବଂ ନିଲମ୍ବନ କରିବାକୁ ଦାବି କରିଛନ୍ତି। ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏହା ପୂର୍ବରୁ ଏକ ନୂତନ ରିପୋର୍ଟରେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ଶାସନ ସଚିବ ନରେଶ କୁମାର ତାଙ୍କ ପଦବୀ ବ୍ୟବହାର କରି ଇଆଇଏଲବିଏସ୍ ଏବଂ ତାଙ୍କ ପୁଅ ସମ୍ପୃକ୍ତ କମ୍ପାନୀ ମଧ୍ୟରେ ଏକ ‘ଲାଭଜନକ ସହଯୋଗ’ ବ୍ୟବସ୍ଥା କରିଛନ୍ତି। ସରକାରୀ ସୂତ୍ର ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ଏହି ସମୟରେ ମୁଖ୍ୟ ଶାସନ ସଚିବଙ୍କଠାରୁ କୌଣସି ପ୍ରତିକ୍ରିୟା ନାହିଁ, କିନ୍ତୁ ଆଇଏଲବିଏସ୍ ଏକ ବିବୃତ୍ତିରେ AI ପାଇଁ କୌଣସି ସଫ୍ଟୱେର୍ ଡେଭଲପର କିମ୍ବା କମ୍ପାନୀକୁ କୌଣସି କ୍ରୟ ‘ଅର୍ଡର’ କିମ୍ବା ଦେୟ ଦେବା ଅଭିଯୋଗକୁ ଅସ୍ୱୀକାର କରିଛି।

Related Articles

Leave a Reply

Your email address will not be published.

Back to top button