ବାଇଡେନ୍-ମୋଦିଙ୍କ ଦ୍ୱିପାକ୍ଷିକ ବୈଠକ: କ୍ଷୁଦ୍ର ପରମାଣୁ ରିଏକ୍ଟରକୁ ନେଇ ଭାରତ-ଆମେରିକା ମଧ୍ୟରେ ହୋଇପାରେ ଚୁକ୍ତି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ବାଇଡେନ ବିଳମ୍ବିତ ରାତିରେ ବାୟୁସେନା-୧ରେ ଜର୍ମାନୀ ଅଭିମୁଖେ ଯାତ୍ରା କରିଥିଲେ। ଏଠାରେ ହେଲିକପ୍ଟରରେ ଇନ୍ଧନ ଭର୍ତ୍ତି କରିବା ପରେ ସେ ଭାରତ ଅଭିମୁଖେ ଯାତ୍ରା କରିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୫୫ରେ ବାଇଡେନ ପାଲାମ ବିମାନବନ୍ଦରରେ ଅବତରଣ କରିବେ।

ଶୁକ୍ରବାର ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ଜ୍ଞାନକୌଶଳ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ ବୋଲି ଆମେରିକା ଏନଏସଏ ଜେକ୍ ସୁଲିଭାନ୍ କହିଛନ୍ତି। ଏହି ସମୟରେ କ୍ଷୁଦ୍ର ମଡ୍ୟୁଲାର ନ୍ୟୁକ୍ଲିୟର ରିଏକ୍ଟର ଉପରେ ଚୁକ୍ତି ହୋଇପାରେ। ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ଜିଇ ଜେଟ୍ ଇଞ୍ଜିନ୍ ଚୁକ୍ତିକୁ ନେଇ ମଧ୍ୟ ଆଲୋଚନା ଆଗକୁ ବଢ଼ିପାରେ।

ଏହାବ୍ୟତୀତ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ଏହି ସମୟରେ ଅର୍ଥନୈତିକ ଓ ସାମାଜିକ ସ୍ତରରେ ଯୁଦ୍ଧର ପ୍ରଭାବକୁ ହ୍ରାସ କରିବା ଉପରେ ଆଲୋଚନା ହେବ। ହ୍ଵାଇଟ୍ ହାଉସ୍ ଅନୁଯାୟୀ, ମୋଦୀ ଏବଂ ବାଇଡେନ ବିଶ୍ୱବ୍ୟାଙ୍କ ସମେତ ବହୁପକ୍ଷୀୟ ବିକାଶ ବ୍ୟାଙ୍କଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ଦାରିଦ୍ର୍ୟ ମୁକାବିଲା ପାଇଁ ଅନ୍ୟାନ୍ୟ ଅନେକ ବୈଶ୍ୱିକ ଆହ୍ୱାନ ଉପରେ ମଧ୍ୟ ଆଲୋଚନା କରିବେ।

ବାଇଡେନ ହେଉଛନ୍ତି ଆମେରିକାର ଅଷ୍ଟମ ରାଷ୍ଟ୍ରପତି ଯିଏ କି ଭାରତ ଗସ୍ତରେ ଆସିବେ। ଖାସ୍ କଥା ହେଉଛି ଭାରତର ସ୍ୱାଧୀନତାର ପ୍ରଥମ ୫୦ ବର୍ଷ ମଧ୍ୟରେ ମାତ୍ର ୩ ଜଣ ଆମେରିକୀୟ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ। ସେହିପରି ଗତ ୨୩ ବର୍ଷ ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କ ଏହା ଷଷ୍ଠ ଗସ୍ତ ହେବ।

Related Articles

Leave a Reply

Your email address will not be published.

Back to top button