ବନ୍ଦ ଘରୁ ମିଳିଲା ଦୁଇ ମୃତଦେହ

ଭୁବନେଶ୍ୱର: ବନ୍ଦ ଘରୁ ମିଳିଲା ଦୁଇ ମୃତଦେହ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣଶ ବଇଁଚ୍ରୁଆଁ ଗାଁରେ ଏଭଳି ଅଘଟଣ ଘଟିଛି । ଖବର ପାଇଁ ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ଛାନଭିନ୍ ଆରମ୍ଭ ହୋଇଛି । ମୃତ ବ୍ୟକ୍ତି ଦୁଇ ଜଣ ହେଉଛନ୍ତି ନିଆଳି ଅଞ୍ଚଳର ସୁଶାନ ଦାସ ଓ ଜଗବନ୍ଧଉ ବେହେରା । କେବେ କେଉଁ ପରିସ୍ଥିତି ସେମାନଙ୍କର ମୃତ୍ୟୁ ହେଲା । ଏହା ହତ୍ୟା ଆତ୍ମହତ୍ୟା ପୁଲିସ ସେଦିଗରେ ତଦନ୍ତ ଚଳାଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ବାତବରଣ ଖେଳିଯାଇଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିବାରେ ଲାଗିପଡିଛି । ତେବେ ପୂର୍ବଶତ୍ରୁତାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button