ଓଡ଼ିଶାର ସବୁ ଯୋଗ୍ୟ ଚାଷୀ ପାଇବେ ‘ପିଏମ୍‌ କିଷାନ’ ଲାଭ

ନୂଆଦିଲ୍ଲୀ: ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଚାଷୀ ପିଏମ କିଷାନ ସମ୍ମାନ ନିଧିର ଲାଭ ତୁରନ୍ତ ମିଳିପାରିବ ସେ ସମ୍ବନ୍ଧରେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଟ୍ବିଟ୍ କରି କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ କିପରି ମିଳିପାରିବ ସେ ନେଇ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରଣାଳୟ ମଧ୍ୟରେଏକ ବୈଠକ ଡ଼କାଯାଉ ଏବଂ ଏହି ପ୍ରସଙ୍ଗରେ କେନ୍ଦ୍ର କୃଷି ଶ୍ରୀତୋମାରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ନିମନ୍ତେ ଶ୍ରୀ ତୋମାରଙ୍କୁ ଆଜି ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ। ଉକ୍ତ ଚିଠିରେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ବଲ୍କ ୱିଣ୍ଡୋ କ୍ଲିୟରାନ୍ସ କରିବା ପାଇଁ ଅନୁମତି ଦିଆଯାଉ। ଯାହା ଦ୍ୱାରା ହିତାଧିକାରୀଙ୍କ ସ୍ଥଗିତ ଥିବା କିସ୍ତି ଟଙ୍କାକୁ ଠିକ୍‍ କରାଯାଇ ତୁରନ୍ତ ବ୍ୟାଙ୍କ୍‍ ଖାତାକୁ ପଠାଯାଇପାରିବ ବୋଲିଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ। ଓଡ଼ିଶା ସରକାର ଚାଷୀଙ୍କ ପ୍ରକୃତ ଯାଞ୍ଚ କରିବା ପାଇଁ ପାଖାପାଖି ୧୪.୫ଲକ୍ଷ ଚାଷୀଙ୍କ କିସ୍ତି ନ ଦେବା ପାଇଁ ନିର୍ଦ୍ଦେଶ ଜାରୀ କରିଥିଲେ। ଯାହା ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅସାଧାରଣ। ଏହାଦ୍ୱାରା ଓଡ଼ିଶାରେ କେବଳ ୨୩ଲକ୍ଷ ଚାଷୀ ପିଏମ କିଷାନ ହିତାଧିକାରୀ ଲାଭ ପାଇପାରିଥିଲେ। ସୂଚନାଯୋଗ୍ୟ, ଗତ ୧ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଓଡ଼ିଶାରେ ପିଏମ କିଷାନରେ ପଞ୍ଜିକୃତ ସମସ୍ତ ଓଡ଼ିଆ ଚାଷୀ ଯେପରି ଭାବରେ ଏହାର ଲାଭ ପାଇପାରିବେ ସେ ନେଇ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ।

Related Articles

Leave a Reply

Your email address will not be published.

Back to top button