ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ ଚିହ୍ନଟ

ଗଞ୍ଜାମ/ବାଲେଶ୍ୱର : ଗଞ୍ଜାମରୁ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ଓ ବାଲେଶ୍ୱରରୁ ଜଣେ ମହାରାଷ୍ଟ୍ର ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ମଙ୍ଗଳବାର ଖବର ମିଳିଛି। ଗଞ୍ଜାମରେ ପଠାଯାଇଥିବା ୪ କେସରୁ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ଚିହ୍ନଟ ହୋଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ହୋମ ଆଇସୋଲେସନରେ ଅଛନ୍ତି। ପଜିଟିଭ ଚିହ୍ନଟ ପରେ ଭୂତାଣୁର ଅନୁଧ୍ୟାନ ପାଇଁ ଆଇଏଲଏସ ପଠାଯାଇଛି। ଏହାସହ ବାଲେଶ୍ୱରର ମଧ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published.

Back to top button