ଖୋଲା ରହିବ ଅଙ୍ଗନୱାଡି କେନ୍ଦ୍ର, ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ବର : ରାଜ୍ୟରେ ଖୋଲା ରହିବ ଅଙ୍ଗନୱାଡି କେନ୍ଦ୍ର। ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ସକାଳ ୭ଟାରୁ ୧୦ଟା ଯାଏ ଖୋଲା ରହିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଗୁଆ ସ୍କୁଲ ଖରାଛୁଟି ଘୋଷଣା ପରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଥିବା କିଛିଟା ଦ୍ବନ୍ଦ ଦୂର କରିଛି ମହିଳା ଓ ଶିଶୁ ବିକାଶ ବିଭାଗ। ବିଭାଗ ସ୍ପଷ୍ଟ କରିଛି ଯେ, ଅଙ୍ଗନବାଡି କେନ୍ଦ୍ର ସଂଶୋଧିତ ସମୟ ସାରଣୀ ଅନୁସାରେ ସକାଳ ୭ଟାରୁ ୧୦ଟା ପର୍ୟ୍ୟନ୍ତ ଖୋଲା ରହିବ। ହେଲେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସମୟରେ ପରିବର୍ତ୍ତନ କରିପାରିବେ ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ ଓ ଘରୋଇ ସ୍କୁଲ ପାଇଁ ଆଗୁଆ ଛୁଟି ଘୋଷଣା କରିଥିଲେ। ହେଲେ ଅଙ୍ଗନବାଡ଼ି କେନ୍ଦ୍ର ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା।

Related Articles

Leave a Reply

Your email address will not be published.

Back to top button