ଓଡ଼ିଶା ଓ ଛତିଶଗଡ଼କୁ ଟ୍ରିବୁନାଲଙ୍କ କଡ଼ା ନିର୍ଦ୍ଦେଶ: ମେ’ ୨ ସୁଦ୍ଧା ମହାନଦୀ ଜଳର ତଥ୍ୟ ଦିଅ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ପୁଣି ଥରେ ତତ୍ପରତା ଦେଖାଇଛନ୍ତି ଟ୍ରିବୁନାଲ। ମୌସୁମୀ ଏବଂ ଅଣ-ମୌସୁମୀ ସମୟରେ ନଦୀରେ ପ୍ରକୃତରେ କେତେ ଜଳ ଉପଲବ୍ଧ ହେଉଛି, ତାହାର ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତା ମେ’ ୨ ତାରିଖ ସୁଦ୍ଧା ଦାଖଲ କରିବାକୁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୩ ଥର ବୈଷୟିକ କମିଟି ବୈଠକ ଏବଂ ୪୬ଟି ସୂତ୍ରୀ ଆଲୋଚନା ସତ୍ତ୍ୱେ ଅନେକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁରେ ଦୁଇ ରାଜ୍ୟ ଏକମତ ହୋଇପାରୁନାହାନ୍ତି। ବାରମ୍ବାର ଆଲୋଚନା ପରେ ବି ସମାଧାନ ନବାହାରିବାରୁ ଟ୍ରିବୁନାଲ ଉଦବେଗ ପ୍ରକାଶ କରିବା ସହ ଉଭୟ ରାଜ୍ୟକୁ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ତାଗିଦ କରିଛନ୍ତି। ମହାନଦୀ ଜଳ ବିବାଦର ସମାଧାନରେ ବିଳମ୍ବକୁ ନେଇ ସିଭିଲ ସୋସାଇଟି ଏବଂ ‘ମହାନଦୀ ବଞ୍ଚାଓ ଆନ୍ଦୋଳନ’ ନିଜର ପ୍ରତିକ୍ରିୟା ରଖିଛନ୍ତି। ମହାନଦୀରେ ଜଳ ପ୍ରବାହ କମୁଥିବାରୁ ଏକ ଅନ୍ତରୀଣ ରାୟ ମାଧ୍ୟମରେ ତୁରନ୍ତ ସମାଧାନର ଆଶା କରାଯାଉଥିଲା, ଯାହା ପୂରଣ ହୋଇନାହିଁ। ସଂଯୋଜକ ସୁଦର୍ଶନ ଦାଶ କହିଛନ୍ତି ଯେ, “ଟ୍ରିପଲ୍ ଇଞ୍ଜିନ” ସରକାର ଥାଇ ମଧ୍ୟ ସମାଧାନରେ ଏହି ବିଳମ୍ବ ସରକାରୀ ଆନ୍ତରିକତାର ଅଭାବକୁ ଦର୍ଶାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button